ls

ଆଇପିଏଲ୍‌ : ବୋଲିଂରେ ବୁମୁରା-ବୋଲ୍ଟ ଓ ବ୍ୟାଟିଂରେ ଇଶାନ୍-ଡିକକ୍‌ଙ୍କ କମାଲ ପ୍ରଦର୍ଶନ ବଳରେ ଚେନ୍ନାଇକୁ ୧୦ ୱିକେଟରେ ହରାଇଲା ମୁମ୍ବାଇ

sb

ସାରଜା : ‘କର ବା ମର’ ସ୍ଥିତିରେ ପଡ଼ିଥି‌ଲେ ମଧ୍ୟ ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ଦୟନୀୟ ଭାବେ ୧୦ ୱିକେଟରେ ହାରିଛି। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଘାତକ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ଯଶପ୍ରୀତ୍ ବୁମରା ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିବାରୁ ଚେନ୍ନାଇର ଚମକହୀନ ପ୍ରଦର୍ଶନ ଜାରି ରହିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ଚାରି ଓଭର ଭିତରେ ଚେନ୍ନାଇ ୪ ୱିକେଟ୍‌ ହରାଇ ଦେଇଥିଲା। ପାୱାର ପ୍ଲେ ଭିତରେ ଆଉ ଏକ ୱିକେଟ୍ ହରାଇ ୨୪/୫ରେ ସଂଘର୍ଷ କରିଥିଲା। ଋତୁରାଜ ଗାଏକ୍ବାଡ, ଫାପ୍ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏନ ଜଗଦୀଶାନ, ରବୀନ୍ଦ୍ର ଜାଦେଜା ପ୍ୟାଭିଲିଅନ୍‌ ଫେରି ଯିବାରୁ ଦଳର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ହତାଶ ମହେନ୍ଦ୍ର ସିଂହ ଧୋନି (୧୬, ୧୬ ବଲ୍‌)ଙ୍କ ପାଳି ମାତ୍ର ୩ଟି ବାଉଣ୍ଡରିରେ ସୀମିତ ରହିଥିଲା। ଶେଷ ଭାଗରେ ସାମ୍ କରନ୍‌ (୫୨, ୪୭ ବଲ୍‌, ୪ ଚୌକା, ୨ ଛକା) ଆକର୍ଷଣୀୟ ଅର୍ଧଶତକ ହାସଲ କରିବାରୁ ଚେନ୍ନାଇ ନିଜ ସମ୍ମାନ ରକ୍ଷା କରି ଚଳିତ ଋତୁର ସର୍ବନିମ୍ନ ସ୍କୋର୍‌ରୁ ବର୍ତିଯାଇଥିଲା।

ନିଜର ପ୍ରଥମ ୩ ଓଭରରେ ୫ ରନ୍‌ ଦେଇ ୩ ୱିକେଟ୍‌ ନେଇଥିବା ବୋଲ୍ଟ କିନ୍ତୁ ଶେଷ ଓଭରରେ ୧୩ ରନ୍ ବ୍ୟୟ କରି କରନଙ୍କ ୱିକେଟ୍‌ ନେଇଥିଲେ। ଟ୍ରେଣ୍ଟ୍‌ ବୋଲ୍ଟ (୪-୧-୧୮-୪), ଯଶପ୍ରୀତ୍ ବୁମରା (୪-୦-୨୫-୨), ରାହୁଲ ଚହର (୪-୦-୨୨-୨), ନାଥନ୍ କଲ୍ଟର ନାଇଲ୍ (୪-୦-୨୫-୧) ୱିକେଟ୍ ବାଣ୍ଟି ନେବାରୁ ଚେନ୍ନାଇ ୧୧୪/୯ରେ ସୀମିତ ରହିଥିଲା। ଚେନ୍ନାଇର ୧୧୪ ରନ୍‌ ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହ‌ାର ପ୍ରାରମ୍ଭିକ ଯୋଡ଼ି କ୍ବିଣ୍ଟନ୍ ଡି’କକ୍‌ (୪୬, ୩୭ ବଲ୍‌) ଏବଂ ଈଶାନ କିଷନ୍ (୬୮, ୩୭ ବଲ୍‌) ଶତକୀୟ ଭାଗୀଦାରି ଗଢ଼ି ଦଳକୁ ଚଳିତ ଋତୁର ଦ୍ରୁତତମ ବିଜୟ ପ୍ରଦାନ କରିଥିଲେ। ତ୍ର‌ୟୋଦଶ ଓଭରରେ ତଥା ୪୬ ବଲ ପୂର୍ବରୁ ଏହି ୪ ଥର ବିଜେତା ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଦଶମ ମ୍ୟାଚ୍‌ରୁ ମୁମ୍ବାଇ ସପ୍ତମ ବିଜୟ ସହ ଶୀର୍ଷକୁ ଉଠିଥିବା ବେଳେ ଚେନ୍ନାଇ ଏକାଦଶ ମ୍ୟାଚ୍‌ରୁ ଅଷ୍ଟମ ପରାଜୟ ବରଣ କରିଥିଲା। ବୋଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

pc pk
Leave A Reply

Your email address will not be published.