ଆଇପିଏଲ : ଅଭିଜ୍ଞ ଅଧିନାୟକ ଧୋନିଙ୍କୁ ହରାଇଲେ ନୂଆଁ ଅଧିନାୟକ ପନ୍ତ : ମୁମ୍ବାଇରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀର ପୃଥ୍ବୀ, ଧୱନଙ୍କ ରାଜ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଦିଲ୍ଲୀ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ।
ଆଜି ଦିଲ୍ଲୀ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦଳ ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଅଭିଜ୍ଞ ସୁରେଶ ରାଇନା ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ରାଇନା ୩୬ ବଲ ଖେଳି ୪ ଛକା, ୩ ଚୌକା ସହ ସର୍ବାଧିକ ୫୪ ରନ କରିଥିଲେ । ମୋଇନ ମଧ୍ୟ ୨ ଛକା ଓ ୪ ଚୌକା ସହ ୩୬ ରନ କରିଥିଲେ । ଅମ୍ବାତି ରାୟଡୁ ଓ ରବିନ୍ଦ୍ର ଜାଦେଜା ଯଥାକ୍ରମେ ୨୩ ଓ ୨୬ ରନ କରିଥିଲେ । କିନ୍ତୁ ଅଧିନାୟକ ମେହେନ୍ଦ୍ର ସିଂ ଧୋନି ଖାତା ଖୋଲି ପାରିନଥିଲେ । ତେବେ ସାମ କରନ ମାତ୍ର ୧୫ଟି ବଲରୁ ଦ୍ରୁତ ୩୪ ରନ କରିଥିଲେ । ଫଳରେ ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୮ ରନ କରିଥିଲା । ଚେନ୍ନାଇ ଦ୍ବାରା ଦିଆଯାଇଥିବା ୧୮୯ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୮.୪ ତମ ଓଭରରେ ମାତ୍ର ୩ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଶିଖର ଧଓ୍ବନ ୮୫ ଓ ପୃଥିବୀ ସ’ ୭୨ ରନ କରି ଦଳକୁ ବିଜୟ ଆଣିଦେଇଥିଲେ ।

Leave A Reply

Your email address will not be published.