ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ପାଇକପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟଆଜି ଦ୍ୱିତୀୟ ଦିନରେ ପହଂଚିଛି । ଆୟୋଜିତ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଚୁଲିଫୁଙ୍କା ପଂଚାୟତ ସରପଂଚ ରାଜକିଶୋର କୁମ୍ଭାର, ଶିବନାରାୟଣ ମାଝୀ, ପୂର୍ବତନ ଭୂବନେଶ୍ୱର ସର୍ବେକ୍ଷଣ ଅଧିକାରୀ ଦେବେନ୍ଦ୍ର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଧନଞ୍ଜୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ଝଲପ ଓ କୁରସୁଡ ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ଏଥିରେ କୁରସୁଡ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଜଏରପଡା ଓ ପାଇକପଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ପାଇକପଡା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଲେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଚଉ ଭୋଇ ସହ ଯୋଗ କରିଥିଲେ । ଆୟୋଜକ ମଣିଶ୍ରୀ ଫୁଟବଳ କ୍ଲବର ସୁଶିଲ ମାଝୀ, ଅରୁଣ ମାଝୀ, ଯଜ୍ଞଦ ମାଝୀ, କିରଣ ମାଝୀ, ପ୍ରତ୍ୟୁଷ ରଞ୍ଜନ ମାଝୀ, ମହେଶ ମାଝୀ ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହ ଯୋଗ କରିଥିଲେ ।

Leave A Reply

Your email address will not be published.