ଜିଲ୍ଲା କ୍ରିକେଟ୍ ନକ ଆଉଟ୍ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୩ରୁ ପଦ୍ମପୁର ଓ ସୋହେଲାରେ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡ଼ା ସଂସଦ ଓ କ୍ରିକେଟ୍ ଏସୋସିଏସନ୍ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା କ୍ରିକେଟ୍ ନକ୍ ଆଉଟ୍ ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୩ ତାରିଖରୁ ପଦ୍ମପୁର ଓ ସୋହେଲା ଠାରେ ଆୟୋଜନ କରିବାକୁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଭାଗ ନେବାକୁ ଥିବା ଇଛୁକ କ୍ଲବ ଓ ଅନୁଷ୍ଠାନ ଗୁଡିକ ଚଳିତ ମାସ ୨୬ ତାରିଖ ସୁଦ୍ଧା ସେମାନଙ୍କ ଆବେଦନ ପତ୍ର ସହ ଏଣ୍ଟ୍ରି ଫି ଶ୍ରୀରାମ ଆୟୁର୍ବେଦ ଭଣ୍ଡାର, ବରଗଡରେ ଜମା କରିବାକୁ କୁହାଯାଇଛି । ଚଳିତ ବର୍ଷ ଏହି ପ୍ରତିଯୋଗିତା ପଦ୍ମପୁର ବୋରାସମ୍ବର କ୍ରିକେଟ କ୍ଲବ ଓ ସୋହେଲା ଏଥେଲେଟିକ ଏସୋସିଏସନ୍ ସହଯୋଗରେ ଆୟୋଜିତ ହେବ ବୋଲି ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ କିଶୋର କୁମାର ମିଶ୍ର ଓ କ୍ରିକେଟ୍ ସମ୍ପାଦକ ଅମିୟ ଭୂଷଣ ସାହୁ ଜଣାଇଛନ୍ତି ।

Leave A Reply

Your email address will not be published.