ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଦୁଇ କ୍ରିକେଟ ଖେଳାଳି କୋଭିଡ ପଜିଟିଭ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଦୁଇ ଖେଳାଳି କୋଭିଡ -୧୯ ପଜିଟିଭ୍‌ ଥିବା ଜଣାପଡ଼ିଛି । ଭାରତୀୟ କ୍ରିକେଟ ଖେଳାଳି ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଖେଳିବା ପରେ ୨୦ ଦିନ ବିରତିରେ ଥିଲେ ଏବଂ ଇଂଲଣ୍ଡ ଗସ୍ତରେ ଯାଉଥିଲେ । ଗୁରୁବାର ଦିନ କୋଭିଡ ପଜିଟିଭ୍‌ ଆସିବା ପରେ ଦଳ ସହିତ ସଂପୃକ୍ତ ଖେଳାଳି ଡୁରୁମ୍‌ ଯାତ୍ରା କରିବେ ନାହିଁ ।

ବିସିସିଆଇ ସଚିବ ଜୟ ଶାହା ବ୍ରିଟେନର ଭାରତୀୟ କଂଟିଜେଂଟକୁ ଏକ ଇ-ମେଲ ପଠାଇବା ପରେ କୋଭିଡ଼-୧୯ ସଂକ୍ରମଣ ବୃଦ୍ଧି ଘଟୁଥିବା ଖବର ଆସିଛି । ସୂଚନା ଅନୁସାରେ ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଡୁରୁମ୍‌ର ବାୟୋ ବବୁଲରେ ଦଳ ପହଂଚିବ ।

Leave A Reply

Your email address will not be published.