oom

ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନରିକଟା ବିଜୟୀ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଜୟ ହନୁମାନ ଯୁବକ ସଂଘ ତରଫରୁ ୧୯ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ଜାନୁଆରୀ ୪ ତାରିଖ ଦିନ ଜଗୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସୁଦାମ ମାଝି ଓ ଜିଲ୍ଲା ପରିଷଦ ସଦସ୍ୟ ଦିଲୀପ ଖର୍ସେଲଙ୍କ ଦ୍ଵାରା ଉଦଘାଟନ ହୋଇଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଗତକାଲି ଶେଷ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ନରିକଟା ଓ ଖୋଳାନ ମଧ୍ୟରେ ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ନରିକଟା ୦-୧ ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି । ଜୟ ହନୁମାନ ଯୁବକ ସଂଘ, ତୂର୍ଲାର ସଭାପତି ନିରାକାର ସୁନାନୀଙ୍କ ସହ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଅଭୟ ଖର୍ସେଲ, ଲବ ସୁନାନୀ, ଆଉବଶ ବଛା, କିଶୋର ଖର୍ସେଲ, କୃପା ମାଝି, ମଜିନ୍ଦ୍ର ମାଝି, ଅମର ସୁନାନୀ, ପ୍ରକାଶ ବାଗ, ବିଷମ ଖର୍ସେଲ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୧୩ ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସିହିନୀ ସରପଞ୍ଚ ବୀରବର ସାହୁ ଓ ହରି ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ମେନ୍ ଅଫ ଦି ମ୍ୟାଚ୍ ଭାବେ ନରିକଟା ଟିମ୍‌ର ରାଜକିଶୋର ପୁରସ୍କୃତ ହୋଇଥିବା ବେଳେ ବେଷ୍ଟ ଡିଫେନ୍ସ ଭାବେ ନରିକଟା ଟିମ୍‌ର ହାଡୁ ଓ ବେଷ୍ଟ ଗୋଲ କିପର୍ ଭାବେ ଖୋଲାନ ଟିମ୍‌ର ସାଧୁ ପୁରସ୍କୃତ ହୋଇଛନ୍ତି । ମିନି ଷ୍ଟାଡିୟମ ପାଇଁ ଦାବୀ ଜୋର ଧରିଥିବା ବେଳେ ସିହିନୀ ଗ୍ରାମପଞ୍ଚାୟତ ସରପଞ୍ଚ ବୀରବର ସାହୁ କହିଛନ୍ତି, ଟିଟିଲାଗଡ ଡିଏଭି କଲେଜ ଖେଳ ପଡିଆକୁ ବାହାର ଲୋକେ ଜବରଦଖଲ କରି ନେଇଥିବାରୁ ବର୍ତ୍ତମାନ ତୁର୍ଲା ଗ୍ରାମ ଖେଳପଡିଆକୁ ମିନି ଷ୍ଟାଡିୟମରେ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରୀ ସ୍ତରରେ ଉଦ୍ୟମ ଚାଲିଛି ଏବଂ ଅତି ଶୀଘ୍ର ମନରେଗା ଯୋଜନାରେ କାମ ଆରମ୍ଭ କରିବାକୁ ଚେଷ୍ଟିତ ଅଛନ୍ତି ।

jittmm
Leave A Reply

Your email address will not be published.