
ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଉଥିବା ବିଶ୍ୱକପ୍ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍ ମ୍ୟାଚ ପାଇଁ ଟସ୍ ପଡ଼ିଛି । ପାକିସ୍ତାନ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଭାରତ ବ୍ୟାଟିଂ ଜାରି ରଖିଛି । ଟିମ୍ ଇଣ୍ଡିଆ ପକ୍ଷରୁ କେଏଲ୍ ରାହୁଲ ଓ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ । ଭାରତ ୨.୧ ଓଭରରେ ୬ରନ୍ରେ ୨ ୱିକେଟ୍ ହରାଇଛି । ରୋହିତ ଶର୍ମା ପ୍ରଥମ ବଲରେ ପାକିସ୍ତାନୀ ବୋଲର ସାହିନ ଆଫ୍ରିଦିଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଛନ୍ତି । କେଏଲ୍ ରାହୁଲ ୩ରନ କରିଥିବା ବେଳେ ସହିନ୍ ଆଫ୍ରିଦୀଙ୍କ ବଲରେ ବୋଲ୍ଟ ଆଉଟ୍ ହୋଇଛନ୍ତି ।