ବଡ଼ା ଅସ୍ଗୁନିଆଁ ସାହେବ୍ ଟେ ଆଇଛେ । ଅଫିସ୍ ଟାଇମ୍ ଆଘୋ ନୁଁ ପଲେଇ ଆସୁଛେ ଅଫିସ୍ କେ । ସବୁ ଆଡ଼୍କେ ତାର୍ ନିଘା । କିଏ କେତେବେଲେ ଅଫିସ୍ ଆସୁଛେ, କିଏ କାଁଣା କାମ୍ କରୁଛେ, କାର୍ ଟେବୁଲ୍ ଥି ଫାଇଲ୍ ପଡ଼ି କରି ରହିଛେ, କିଏ ଅଫିସ୍ ଟାଇମ୍ ଥି ମୋବାଇଲ୍ ଧରି କରି ଚାଟିଂ କରୁଛେ, କିଏ କଂପ୍ୟୁଟର୍ ଖୁଲି କରି ଗେମ୍ ଖେଲୁଛେ…. ସବୁ ଖବର୍ ନଉଛେ । ଖାଲି ଖବର୍ ନେଲେ ତ’ ପାରି ହେତା, ଅଦିନିଆଁ ପାଏନ୍ ଦୁର୍ମିଲା ବାଗିର୍ ବର୍ଷି ଯଉଛେ । ସଭେ ତନାର୍ ତନାର୍ ଛାଡ଼ି ଯଉଛନ୍ । କେହେନ୍ସି ଷ୍ଟାଫ୍ର ମୁହେଁ ଡୁଏ ପାଏନ୍ ନେଇଁନ’ । ଅଫିସ୍ ଗୁଟା ଯେନ୍ତା ପଡ଼ୁଛେ ଉଠୁଛେ । ସଭେ ଲକ୍ଟି ପଡ଼ିଛନ୍ କବାର୍ ଥି ।
ହରି ବାବୁ ସକାଲୁ ଅଫିସ୍କେ ଘରୁ ବାହାରିଲା ବେଲ୍କେ ତାକର୍ ଧରମ୍ପତ୍ନୀ ବେଗ୍ ମୁନା ଟେ ଧରେଇ ଦେଇକରି ବଏଲେ – ‘ଆଏଜ୍ ଯଦି ତୁନ୍ଶାଗ୍ ନେଇଁ ଆନ୍ବ, ରାତି ଅବ୍ଗା ଭାତ୍ ଖାଏବ । ଚାଏର୍ ଦିନ୍ ହେଲାନ’ କହୁଛେଁ, ତୁମର୍ କାନେ ତ’ ରୁଆ ଠୁସିଛ । କେତେ ଦିନ୍ ହେନ୍ତା କରି ଚଲାମି । ଆଲୁ ଉଇଲ୍ ଦୁରା ଥିଳା ଯେ ସେଟା ବି ସରିଗଲାନ’ । ସୋର୍ କର୍ବ ଆର୍ ତୁନ୍ଶାଗ୍ ଘିନି କରି ଫିର୍ବ ।’
ହରି ବାବୁ ବୁପ୍ରା ବଡ଼ ଗଖା ‘ହଁ’ଟେ ମାରି କରି ତର୍ସର୍ ମଟର୍ ସାଇକେଲ୍ ଷ୍ଟାର୍ଟ କଲେ ଆର୍ ବିନ୍ବିନା ତେଲ୍ ଅଫିସ୍ ଥି ହାଜର୍ । ଯଦିବି ୧୦ ନେଇଁ ବାଜିଥାଇ, ତଥାପି ସାହେବ୍ ଆସି କରି ତାକର୍ କୁଠ୍ରୀ ଥି ବସିଥା’ନ୍ । ହରି ବାବୁ ତାକର୍ ଚଉକି ଥି ବସ୍ଲେ । ଫାଇଲ୍ ପତର୍ ବାହାର୍ କରି କାମ୍ କର୍ବାର୍ ମୁଲ୍ କଲେ । କିରାଣୀ ଲୋକ, ଲେଖା ପଢ଼ା, ଫାଇଲ୍ ପୁଟ୍ଅପ୍ ଥି ଫୁର୍ସତ୍ ନେଇଁ । କବାର୍ କର୍ବାର୍ ଭିତ୍ରେ ଷ୍ଟାଫ୍ ମାନେ ଟୁପୁର୍ ଫୁସୁର୍ ହଉଥିବାର ତାକର୍ କାନେ ବାଜ୍ଲା । ଏକାଉଣ୍ଟ ସେକ୍ସନ୍ର ବଡ୍ବାବୁ ୨୦ ମିନିଟ୍ ଲେଟ୍ ଥି ଆଏଲେ ବଲି ଆଜି ସିଏଲ୍ ନେଇ କରି ଘର୍କେ ଯ’ ବଲି ସାହେବ କହିଛନ୍ । ବଡ଼ା ମୁସ୍କିଲ୍ କଥା ଆଏ । ସାହେବ ଟିକେ କଡ଼ା ହେଲେ ବନେ ଯେ, ମାତର୍କ’ ଏତେ କଡ଼ା ତ’ ହଜମ୍ ନେଇଁ ହେବାର୍ । ସେ ଯାହା ହଉ, ହରି ବାବୁ ‘ଆପେ ବାଁଚ୍ଲେ ବୋପାର୍ ନାଁ’ ଧାରା ଥି ତୁମ୍ ପଡ଼ି କରି ନିଜର୍ କାମ୍ ଥି ମନ୍ ଦେଲେ । ସାହେବ ୫ ବଜେ ଉତ୍ରୁ ଅଫିସ୍ ନୁ ଗଲା ପରେ ହରି ବାବୁ କବାର୍ କମ୍ ଛିଡେ଼ଇ କରି ୬ ବଜେ ଆଡ଼୍କେ ବାହାରିଲେ ଅଫିସ୍ ନୁ । ସୋର୍ କଲେ ଧରମ୍ପତ୍ନୀଙ୍କର୍ କଥା । ଆଏଜ୍ ତୁନ୍ଶାଗ୍ ନେଇଁ ନେଲେ ଘରେ ମହାଭାରତ ହେବା । ସିଧା ପାଖର ଡେଲି ମାର୍କେଟ୍ କେ ଗଲେ । ଗାଡ଼ି କେ ମାର୍କେଟ୍ ମୁହେଁ ତାଲା ମାରି କରି ବେଗ୍ ମୁନା ହାତେ ଝୁଲେଇ ମାର୍କେଟ ଭିତର୍ କେ ସମ୍ଲେ । ଆଲୁ, ଉଇଲ୍, ବାଏଗନ୍, ପାତଲ୍ଘଁଟା, କୁବି, ଜନ୍ହିଁ ଦୁରା ଘିନି କରି ଗାଡ଼ି କେ ଆସ୍ଲା ବେଲ୍କେ ଦେଖ୍ଲେ, ତାକର୍ ସାହେବ୍ ଦୁଇ ହାତେ ଦୁଇଟା ତୁନ୍ଶାଗ୍ ପୁର୍ତୁନ୍ ବେଗ୍ମୁନା ଧରି କରି ତାକର୍ ଧରମ୍ପତ୍ନୀର ପଛେ ପଛେ ଟରୋ ଟରୋ ସୁତର୍ ପିଲା ଲେଖେଁ ଯଉଛନ୍ । ଆଘେ ମୋବାଇଲ୍ ଥି କଥା ହେଇ ହେଇ ବଡ଼ା ଥାଟ୍ ଥି ଚାଲୁଥାଅନ୍ ସାହେବ୍ଙ୍କର୍ ଧରମ୍ପତ୍ନୀ । ହରି ବାବୁ ଠାଡ୍ ହେଇ କରି ଘାଏ ଦେଖ୍ଲେ ଆର୍ ମୁଲ୍ କରି ହଁସି ଦେଲେ ।
ମନେ ମନେ ଭାବ୍ଲେ – ‘ଯାହା ବି ହଉ, ଇ ଦୁରୁଶ ଦେଖ୍ଲାକେ ମତେ ବଡ଼ା ହାଏ ଲାଗ୍ଲା । ଯେଡେ଼ ବଡ଼ ସାହେବ୍ ହେଲେ ବି ତାହାକୁଁ ଶାସନ୍ କର୍ବାର୍ ଲାଗି ଝନେ ନେଇଁ ଝନେ ଥିସି, ସବୁଠାନେ ସବୁବେଲେ ।’
ଦିନେକର୍ ଉର୍ଘା ମେଁଟିଗଲା ମେତାନ୍ ଉସାସ୍ ଲାଗ୍ଲା ହରି ବାବୁକେ ।