
- ସୁଶ୍ରୀ ସ୍ନେହଲତା
ଘରକୁ ସୁନ୍ଦର କରି ଗଢ଼ିଥାଏ ଘରଣୀ । ଘରର ଶୃଙ୍ଖଳା ଓ ପରିବାରର ସଦସ୍ୟମାନଙ୍କ ପରିବାର ପ୍ରତି ନିଷ୍ଠା ଜଣେ ସୁଗୃହିଣୀ ହି ବଳବତ୍ତର କରି ରଖିପାରନ୍ତି । ଏପରିକି ଜଣେ ଚାକିରି କରୁଥିବା ଗୃହିଣୀ ମଧ୍ୟ ନିଜର ନିଷ୍ଠା ଓ ସମୟାନୁବର୍ତ୍ତିତା ଗୁଣ ଯୋଗୁଁ ନିଜ ଘରକୁ ସ୍ୱର୍ଗ ଭଳି ଗଢ଼ି ତୋଳିବାର ସକ୍ଷମତା ରଖନ୍ତି । ସାମୁହିକ ଭାବେ ସୁନ୍ଦର କରି ଗଢ଼ିବା ପାଇଁ ଆସନ୍ତୁ କିଛି ଟିପ୍ସ୍ ଆପଣେଇବା ।

- ଘରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ଉଚିତ ସ୍ନେହ, ଶ୍ରଦ୍ଧା ଓ ସଦ୍ଭାବନା ବଳବତ୍ତର ରଖିବା ।
- ପରିବାରରେ ଅଧ୍ୟାତ୍ମିକ ବାତାତବରଣକୁ ବାନ୍ଧି ରଖିବା ।
- ପିଲାମାନଙ୍କୁ ସମୟ ଦେଇ ସେମାନଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ଉଦୟ ପାଇଁ ପଦକ୍ଷେପ ନେବା ।
- ଦୁଃଖରେ, ସୁଖରେ ସର୍ବଦା ପରିବାରର ସମସ୍ତ ସଦସ୍ୟ ସମସ୍ତଙ୍କ ସହିତ ଯୋଡ଼ି ହୋଇରହିବା ଦିଗକୁ ଧ୍ୟାନ ଦେବା ।
- ପ୍ରତ୍ୟହ ଅନ୍ତତଃ ଥରେ ପରିବାରର ସମସ୍ତ ସଦସ୍ୟ ଏକାସାଙ୍ଗେ ବସି ଭୋଜନ କରିବା ସହ ଦୁଃଖସୁଖ ଆଲୋଚନା କରିବା ।