କବିତା : ଶୀତ

ଚନ୍ଦ୍ରାବତୀ ପାଣ୍ଡେ

ଶୀତରେ ମୁଁ ଗୀତ ଲେଖେ
ବିମୁ‌ଗ୍ଧ ମନରେ
ଝୁମିଝୁମି ଝୁମିଝୁମି
ବରଫ ସାଥୀରେ ।

ବରଫ ସାଥୀରେ ମୁଁ ଯେ’
ରଚିଥିଲି ପ୍ରେମ
ସେ ପ୍ରେମେ ହଜିଲି ଆଜି
ମତୁଆଲା ସମ ।

ଜାଣି ନଥିଲି ସେ ଯେ’
ମନଚୋର ବୋଲି
ଚୋରି କଲା ଚତୁର ସେ
ମୋ ମନର ମଲ୍ଲି ।

ଭିଜିଗଲି ତା ଛୁଆଁରେ
ହୋଇଗଲି ଓଦା
କାକର ବିନ୍ଦୁରେ ଖୋଜେ
ସ୍ୱପ୍ନ ଗଦାଗଦା ।

ଖୋଜି ଥିଲି ସେଦିନ ମୁଁ
ସେବତୀ ଫୁଲରେ
ପାଇଲି ବିଭୋର ହୋଇ
ମାଳତୀ ଗୁଚ୍ଛରେ ।

ଗୋଲାପ ଦେଇଛି କହି
ବରଫ କାନରେ
ବରଫ ହସୁଛି ଦେଖ
ମୋ ମନ ଦୁଆରେ ।

ନାଚିଛି ମୁଁ ଶୀତ ସାଥେ
ପାଦକୁ ମିଳାଇ
ଥରିଥରି ଥରିଥରି
ପାଉଁଜି ହଲାଇ । ।

ମେଣ୍ଡା , ସୁବର୍ଣ୍ଣପୁର

2 Comments
  1. ଜ୍ୟୋତିର୍ମୟ says

    କବିତା ଭଲ ଲାଗୁଛି….. କିଛି ଲେଖିବାକୁ ବାଧ୍ୟ କରୁଛି

    1. Koshala Prabaha says

      thank you

Leave A Reply

Your email address will not be published.