ନବୀନ ସାହୁ
କଳାକାହ୍ନୁ,
ତୁମକେ ନିଉତା ରହେଲା,
ବେଲକାଲ୍ ଦେଖି
ଘାଏ ଛିଙ୍ଗଲି ଆଏବ ଆମର୍ ଆଡ଼େ ।
ବଉଳି ଧୁକା ହେଇ ନାଇଁ ଆଏଲେ କାଏଁ ହେଲା
ଧୁକା-ଗର୍ଡ଼ି ହେଇ ଘାଏ ହେଲେ ବୁଲି ଆଏବ
ଭଲେ ପଛେ ଫିରିଯିବ ତୁର୍ତି ।
ଆର୍ କେନେ ଆମର ପୀର୍ତି-ପିଞ୍ଜରାର୍
ଶିକ୍ଲା ଅଛେ ଯେ ଡର୍ବ
ସେଟା ତ ମୁର୍ଚା ଖାଇ ଭାଙ୍ଗି ଗଲାନ
ଯେନ୍ ଦିନୁ ତୁମେ ମଥୁରା ଗଲନ ।
ତମକେ ପାଶରି ଦେବାର୍କେ ମତେ ବେଲ ନାଇଁ ଲାଗେ,
ହେଲେ କାଏଁ କରବ,
ଯମ୍ରଜା ମତେ ପାଶରି ଦେଇଛେ
ମୋର୍ ଜୀବନ୍ ମତେ ପାଶରି ଦେଇଛେ
ତୁମକେ ନୁରି ନୁରି ।
ଶରାବନ ମାସର ଝକେର୍ ଥି
ମହେଞ୍ଜୋଦାରର ବହଲ ବଟ୍ବଟ୍
ଇତିହାସ ବାଗିର୍ ଅନ୍ଧାରଥି
ଫୁଲିଥି ରଖା ଜାଗର୍ ଲେଖେଁ ଜଳୁଛେ
ମୋର୍ ଝାଂଜି ପାତ୍ଲି ତ’ ମଥୁରା ପଲେଇ ଗଲା,
କେତେବେଲେ ଲିମହିଯିମି ବଲି ଡରୁଛେଁ ।
ଗୁଡ଼େ ଆଉ ବଲ ନାଇଁ,
ମୁଡ଼େ ଆଉ ଚୁଟି ନାଇଁ;
ଦହି ମଠିଆ ଆପେ ଆପେ ପଡ଼ି ଯାଏସି
ତୁମର୍ ଢେ଼ଲ ମରା ସୁରତାର ଚମ୍କେ
ଭାଏଲଲ ସେ ଦହି ଚୋର
ଲୁକିଲୁକି ପିଛା କରୁଥିବା ଭାବି ।
ସତେ ନୀଲମନି,
ତୁମର୍ ରୂପ ଝଲ୍ଝଲାଲା ପାନି,
ବନ୍ଧଘାଟ କେ ଯାଏଁ କି
ଯମୁନା କୂଳକେ ଯାଏଁ
ତୁମର୍ ମୁହୁଁ ଦିଶସି ମତେ
କିଏ ଘିଚ୍ସି ପନତକାନି ।
କଳାକାହ୍ନୁ,
ତୁମେ କେନ୍ତା ନାଇଁ ଜାନ
ଆଁଖିର ଆଁଖଲ୍ ମିଶି ଯାଏସି ପାନି
ସତେ ଯେନ୍ତା ଲାଗସି
ହିମାଳୟନୁ ଯମୁନା ନାଇଁ
ମୋର୍ ଆଁଏଖନୁ ବାହାରୁଛେ
ତମ୍କେ ଏକା ହେଇ ହୁରଗୁନି ।
ଏ ମୋର୍ ରସିଆ,
ଆଏବ ଘାଏ ;
ତୁମର୍ ପାଦର ଚନ୍ଦନ ଟିକେ ମାଖମି
ଦିହିର ତପତ୍ ଛଡ଼େଇ ହେମି ।
ବେହେରାଟାଲ, ପଦ୍ମପୁର, ବରଗଡ଼