ବଲାଙ୍ଗିରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ : ବଳରାମ ମିଶ୍ର ହେଲେ ଜିଲ୍ଲା ବୋର୍ଡର ସଭାପତି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ବଲାଙ୍ଗିର ଜିଲ୍ଲା ବୋର୍ଡ । ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ବଲାଙ୍ଗିର ଜିଲ୍ଲା ବୋର୍ଡର ସଭାପତି ଭାବେ ରାଜ୍ୟ ବୋର୍ଡ ପକ୍ଷରୁ ସାମ୍ବାଦିକ ବଳରାମ ମିଶ୍ରଙ୍କୁ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ରାଜ୍ୟ ବୋର୍ଡ ସଭାପତି ମୀନକେତନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ଟିମ୍ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ବଳରାମ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ସଦର ଏସଡିପିଓଙ୍କ କାର୍ୟ୍ୟାଳୟରେ ଏସଡିପିଓ ତୋଫାନ ବାଗଙ୍କ ସହ ବିଭିନ୍ନ ବିଷୟ ସଂପର୍କରେ ଆଲୋଚନା କରିଛନ୍ତି । ବଲାଙ୍ଗିର ଜିଲ୍ଲାବାସୀଙ୍କ ମାନବାଧିକାର ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ପରିସରରେ ଏକ କାଉନସେଲିଂ ରୁମ୍ ଯୋଗାଇ ଦେବାକୁ ରାଜ୍ୟ ବୋର୍ଡ ସଭାପତି ମୀନକେତନ ପଟ୍ଟନାୟକ ଏସଡିପିଓଙ୍କ ଜରିଆରେ ଏସପିଙ୍କୁ ଅନୁରୋଧ କରିଛନ୍ତି । ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ରାଜ୍ୟ ବୋର୍ଡ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ରାଜ୍ୟ ଉପ- ସଭାପତି ରୁଦ୍ରମୋହନ ସାହୁ, ସାଧାରଣ ସଂପାଦକ ପ୍ରବୀଣ କୁମାର ଷାଣ୍ଢ, ନର୍ଥ ଡିଭିଜନ୍ ବୋର୍ଡ ସଭାପତି ଦିନେଶ କୁମାର ତ୍ରିପାଠୀ ପ୍ରମୁଖ ଏହି ଟିମ୍ରେ ସାମିଲ ରହିଥିଲେ । ଜିଲ୍ଲାରେ ଖୁବଶୀଘ୍ର ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ବୋର୍ଡ କାର୍ୟ୍ୟାଳୟ ଆରମ୍ଭ କରାଯିବା ସହ ବୋର୍ଡ ପାଇଁ ଅନ୍ୟ ପଦ ପଦବୀରେ ଦାୟିତ୍ୱ ଅର୍ପଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।