om academy

ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡାସିଂହାରେ ୟୁଥ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଡାସିଂହା ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଡାସିଂହାରେ ଯୁବ ରେଡକ୍ରସ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଓ ଶିକ୍ଷା ଶିବିର ଉଦ୍‌ଘାଟନ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ବଲାଙ୍ଗିର ସତ୍ୟନାରାୟଣ ଭୋଇ ରେଡକ୍ରସ ପତାକା ଉତ୍ତୋଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଅନୁଷ୍ଠିତ ବୈଠକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ରେଡକ୍ରସ ସଂଯୋଜକ ଡ. ଦଇତାରୀ ପୂଜାରୀ, ସମ୍ମାନୀତ ଅତିଥି ଭାବେ ଶାନ୍ତନୁ କୁମାର ପାତ୍ର (କାଉନସିଲର ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ସାହାଜବାହାଲ), ହେମନ୍ତ କୁମାର ସାହୁ (କାଉନସିଲର ଧ୍ରୁବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଠୁର୍ଲା ଯୋଗଦାନ କରିଥିଲେ । ରେବତ କୁମାର ଜାଲ (ବୁଢାଡଙ୍ଗର ଉଚ୍ଚ ବିଦ୍ୟାଳୟ କୁଡାସିଂହା ରେଡକ୍ରସ କାଉନସିଲର)ଙ୍କ ତତ୍ୱାବଧାନରେ ଏବଂ ସହକର୍ମୀବୃନ୍ଦଙ୍କ ସହଯୋଗୀତାରେ ଆଜିର ଉଦ୍‌ଘାଟନ ଉତ୍ସବ ଏବଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.