jayashree

ବଲାଙ୍ଗିର ୟୁଥ୍ ଫର୍ ଏକ୍ସନ୍ ପକ୍ଷରୁ ଜିଲ୍ଳା କାର୍ଯ୍ୟକର୍ତ୍ତା ଘୋଷଣା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୟୁଥ୍ ଫର୍ ଏକ୍ସନ୍ ପକ୍ଷରୁ ଜିଲ୍ଳା କାର୍ଯ୍ୟକର୍ତ୍ତା ଘୋଷଣା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିକ୍ରମ ବହିଦାର, ମୁଖ୍ୟବକ୍ତା ଭାବେ ଗୋପାଲଜୀ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ଭାବେ ରାଜ୍ୟ ୟୁଥ୍ ଫର୍ ଏକ୍ସନ ସହସଂଯୋଜକ ସୁଜିତ୍ ସିଂ ଯୋଗଦାନ କରିଥିଲେ । ଅତିଥିମାନଙ୍କ ସହ ରାଜ୍ୟ ୟୁଥ୍ ଫର୍ ଏକ୍ସନ୍ ଉପସଭାପତି ଅମ୍ଲାନ ଷଡଙ୍ଗୀ, ୟୁଥ୍ ଫର୍ ଏକ୍ସନ୍ ପଶ୍ଚିମାଞ୍ଚଳ କ୍ଷେତ୍ର ମାନସ ରଥ, ୟୁଟ୍ ଫର୍ ଏକ୍ସନ୍ ବରିଷ୍ଠ ଉପଦେଷ୍ଟା ସୁବ୍ରତ କୁଅଁର, ନରେଶ ଅଗ୍ରୱାଲ, ଉପ ସଭାପତି ସୁଧାଂଶୁ ଶେଖର ମିଶ୍ର, ଏ.ପି. ନାଥ୍, ପ୍ରଦୀପ ଶତପଥୀ, ହରପ୍ରତାପ ଦାଶ, ସାଇ ସାର୍ଥକ ମୁନୀ, ସୁନିଲ ମିଶ୍ର ମଧ୍ୟ ମଞ୍ଚାସୀନ ଥିଲେ । ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ଯୁବ ସଙ୍ଗଠନ ୟୁଥ୍‌ ଫର ଏକ୍ସନର ବଲାଙ୍ଗିର ଜିଲ୍ଲା ତଥା ବ୍ଲକ୍‌ ପାଇଁ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଥିବା ବେଳେ ଯୁବସମାଜ ବଳିଷ୍ଠତାର ସହ ସମାଜସେବା ଦିଗକୁ ଆପଣେଇ ନେବା ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ । ଏହି ଅବସରରେ ପ୍ରାୟ ୭୦ରୁ ୮୦ଜଣ ସମାଜସେବୀଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ସାଧାରଣ ସଂପାଦକ ପ୍ରଶାନ୍ତ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସଂପାଦକ ଅଜୟ ନାଗ୍, ପ୍ରୀତମ କଲତା, କୁବେର ବସ୍ତିଆ, ଲିଂକନ ସେଠ, ବିନୟ ତନ୍ତି, ଦେବରାଜ ନାଗ, କୋଷାଧ୍ୟକ୍ଷ ରାହୁଲ ପାଣିଗ୍ରାହୀ, ସେବା ଇଭେଣ୍ଟ ସଂଯୋଜକ ରବିନ୍ଦ୍ର ପଧାନ, ସହସଂଯୋଜକ ଲୋକନାଥ ବରାଳ, ଛାତ୍ର ସଂଯୋଜକ ସୁମେଶ ଡାଂଗ, ସହସଂଯୋଜକ ବିବେକ କୁମ୍ଭାର, ଜିଲ୍ଲା ମିଡିଆ ପ୍ରଭାରୀ ଅକ୍ଷୟ ସରାଫ, ସହ ପ୍ରଭାରୀ ଆଲୋକ ମିଶ୍ର, ସୋସିଆଲ୍ ମିଡିଆ ପ୍ରଭାରୀ ଶଂଭୁ ଜେନା, ସହ ପ୍ରଭାରୀ ଆନନ୍ଦ ମେହେର, ଗୋସେବା ସଂଯୋଜକ ସୁରେନ୍ଦ୍ର ସେଠ, ସହ ସଂଯୋଜକ ଆକାଶ ଗୁରୁ, ବଲାଙ୍ଗିର ସଦର ସଭାପତି ପ୍ରଦୀପ ଶତପଥୀ, ଉପସଭାପତି ମନୋରଞ୍ଜନ ଘଡାଇ, ଅକ୍ଷୟ ପୁଟେଲ, ଶ୍ୟାମସୁନ୍ଦର ଗହୀର, ସନ୍ତୋଷ ସାହୁ, ଯୁଗ୍ମ ସଂପାଦକ ଅଂଶୁମାନ ସାଇ ବିକାଶ ମିଶ୍ର, ସଂପାଦକ ଅଭିଶେଖ ସୋନି, ସୁକୁମାର ପଟ୍ଟନାୟକ, ଭାସ୍କର ରାଓ, ଅଭିଜିତ ପ୍ରଧାନ, ବଣ୍ଟୁ ବଗର୍ତି, ଶିବ ପ୍ରଧାନ, କୋଷାଧକ୍ଷ ବାବୁଲୁ ଡାଂଗ, ସୋସିଆଲ୍ ମିଡିଆ ପ୍ରଭାରୀ ସୁଶାନ୍ତ ବହିଦାର, ଅଶୋକ କୁମାର ସୁନା, ସେବା ଇଭେଣ୍ଟ ସଂଯୋଜକ ରୁତୁରାଜ ପଧାନ, ସହ ସଂଯୋଜକ ବୀରୁ ନାଗ, ମିଡିଆ ପ୍ରଭାରୀ ପ୍ରବୀଣ ନାଗ୍, ସଂଭବ ବହିଦାର, ଗୋସେବା ସଂଯୋଜକ ସୌମ୍ୟ ରଂଜନ ସାହୁ, ସହ ସଂଯୋଜକ ବୁଲୁ ପାଣ୍ତେ, ସୁର୍ୟ୍ୟମଣି ଖୁଣ୍ଟଲି, ଟୁନା ପୁଟେଲ, ପିଣ୍ଟୁ ଭୋଇ, ଅଂଜନୀ ପ୍ରସାଦ ଦାଶ, ଶିବ ପ୍ରସାଦ ବାଘ୍, ଜିତୁ ସାହୁ, ସନ୍ତୋଷ କର୍ମୀ, ରମେଶ ମାଝି, ତ୍ରିନାଥ ବେହେରା, ମୁକେଶ ସାହୁ, ବରୁଣ ନାୟକ, ଅଭିଳାଶ ବଘାର, ସାନ୍ତନୁ ରଣା, ସତ୍ୟ ଶଂକର, ଜିତୁ ନାୟକ, ବିଶ୍ୱନାଥ ବେହେରା, ଅଭିନାଶ ସରାଫ୍, ସୁବ୍ରତ କୁଅଁର ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ପ୍ରଦ୍ୟୁମ୍ନ କୁମାର ମହାନ୍ତି । ୟୁଥ୍ ଫର୍ ଏକ୍ସନ୍ ବଲାଙ୍ଗିର ଜିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.