
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ରହିଛି । ସେହିପରି ଭୀଷଣ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଚଳିତବର୍ଷ ପ୍ରଥମ ଥର ପାଇଁ ଛଡ଼ାଗଲା ହୀରାକୁଜ ଜଳଭଣ୍ଡାରର ଗେଟ୍ । ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ୍ ସବୁ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ୨ ଦିନ ତଳେ ଡାକବାଜି ଯନ୍ତ୍ର ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା । ପାଣି ଛାଡ଼ିବା ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଥିଲା । ରବିବାର ହୀରାକୁଦ ଡ୍ୟାମ୍ ଜଳସ୍ତର ବଢ଼ୁଥିବାରୁ ୧୨ଟି ଗେଟ୍ ଖାଲା ଯାଇଥିଲା । ଏବେ ଆଉ ୮ଟି ଖୋଲିଛି ।