ଡବ୍ଲ୍ୟୁଟିସି ଫାଇନାଲ୍ : ଟସ୍ ହାରି ଭାରତ କରୁଛି ବ୍ୟାଟିଂ

  • ବର୍ଷା ପାଇଁ ମ୍ୟାଚ ଏକାଧିକ ଥର ବନ୍ଦ
  • ଶୀର୍ଷ ୩ବ୍ୟାଟରଙ୍କ ଶୀଘ୍ର ଆଉଟ୍ ପରେ ପାଲି ସଜାଡୁଛନ୍ତି କୋହଲି-ରାହାଣେ

ସାଉଥମ୍ପଟନ୍ : ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ ମ୍ୟାଚ ଡବ୍ଲ୍ୟୁଟିସି ଫାଇନାଲ୍‌ର ପ୍ରଥମ ଦିନର ଖେଳକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା । ଦ୍ୱିତୀୟ ଦିନରେ ବି ମଝିରେ ଓ ଶେଷ ଆଡ଼କୁ ବର୍ଷା ଯୋଗୁଁ ଏକାଧିକ ଥର ଖେଳ ବନ୍ଦ ରହିଥିଲା । ତଥାପି ଟସ୍ ପଡ଼ିବା ସହ ପାଖାପାଖି ୬୫ ଓଭରର ଖେଳ ସମ୍ଭବ ହୋଇଥିଲା । ଶନିବାର ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ କ୍ରିକେଟ୍ ଦଳ କିନ୍ତୁ ଭଲ ଆରମ୍ଭ ପାଇଥିଲା । ରୋହିତ ଶର୍ମା (୩୪) ଓ ଯୁବ ତାରକା ଶୁବମନ ଗିଲ୍ (୨୮) ପ୍ରଥମ ୱିକେଟ୍‌ରେ ୬୨ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ । ତେବେ ଉଭୟ ରୋହିତ ଓ ଶୁବମନଙ୍କୁ ଗୋଟିଏ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ଫେରିଥିଲା । ପରେ ପରେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା (୮)ଙ୍କୁ ଟ୍ରେଣ୍ଟ ବୋଲ୍ଟ ଏଲବିଡବ୍ଲ୍ୟୁ କରିବା ପରେ ଭାରତ ୮୮ ରନ୍‌ରେ ଶୀର୍ଷ ୩ ବ୍ୟାଟରଙ୍କୁ ହରାଇଥିଲା । ଏହା ପରେ କିନ୍ତୁ ଅଧିନାୟକ ବିରାଟ କୋହଲି (୪୪) ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୨୯) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୫୮ ରନ୍ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ । ଦ୍ୱିତୀୟ ଦିନ ଖେଳର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୬୪.୪ ଓଭରରେ ୩ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା ।

Leave A Reply

Your email address will not be published.