jayashree

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ୨୦୨୪ ପାଳନ କରାଯାଇଛି । ମହତ୍ ଉଦ୍ଦେଶ୍ୟ ନେଇ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଲାଲମୋହନ ରାଉତରାୟ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ , ଡ଼ଃ. ମମତା ଚୌଧୁରୀ, ଡ଼ଃ. ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଦ୍ଵିବେନ୍ଦୁ କୁମାର ଦେବ୍, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ଗୌତମ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସହଯୋଗ ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏଡ଼ସ୍‌ ସଚେତନତା ବାର୍ତ୍ତା ନେଇ ଶୋଭାଯାତ୍ରା କରିଥିଲେ । ଶୋଭାଯାତ୍ରାଟି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରୁ ଆରମ୍ଭ ହୋଇ ଜିଲ୍ଲା ମୁଖ୍ୟ ମାର୍କେଟ ଓ କୋରାପୁଟ ଛକ ଦେଇ ଚିକତ୍ସାଳୟକୁ ଫେରିଥିଲା । ଏହା ପରେ ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଡ଼ଃ. ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ଃ, ମମତା ଚୌଧୁରୀ ରକ୍ତଦାନ କରି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ । ଏହା ପରେ ଅନ୍ୟାନ୍ୟ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ସିଆରପିଏଫ୍ ଯବାନମାନେ ମଧ୍ୟ ରକ୍ତଦାନ କରିଥଲେ । ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ଛାତ୍ରଛାତ୍ରୀମାନେ ଏଡ଼ସ ସଚେତନତା ବାର୍ତ୍ତା ଦେଇ ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.