centurian jitm

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ସଚେତନତା ଦିବସ ପାଳିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ ସଂଯୋଜନାରେ “ବିଶ୍ୱ ଏଡ୍‌ସ ସଚେତନତା ଦିବସ ” ପାଳିତ ହୋଇଯାଇଛି । ୧୯୮୮ ମସିହା ଡିସେମ୍ବର ୧ ତାରିଖକୁ ସାରା ବିଶ୍ୱ “ବିଶ୍ୱ ଏଡ୍‌ସ ଦିବସ ” ଭାବରେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏଡ୍‌ସ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବରେ ପାଇକମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଅଙ୍କିତ ରାଜ୍ ସାଗର ଯୋଗଦେଇ ଏଡ୍‌ସର କାରଣ, ନିରାକରଣ ତଥା ରୋଗର ଭୟାବହତା ସଂପର୍କରେ ଏକ ଦୀର୍ଘ ବତ୍କୃତା ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ରେଡକ୍ରସ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ପ୍ରଭାତ କୁମାର ବିଶ୍ଵାଳ, ଦେବରାଜ ସାହୁ, ଅଙ୍କିତ ଦାସ, ଅଭିନାଶ ମହାପାତ୍ର, ମୀନା କୁମାରୀ ସାହୁ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ଶେଷରେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.