oom

ଦଳିତ ଡେଭଲପମେଣ୍ଟ ମିଶନ ଟିଟିଲାଗଡ ଶାଖା ତରଫରୁ କୁରସୁଡ ଗ୍ରାମର ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଳିତ ଡେଭଲପମେଣ୍ଟ ମିଶନ (ଡିଡିଏମ) ହେଉଛି ଏକ ଅଗ୍ରଣୀ ଦଳିତ ଅନୁଷ୍ଠାନ । ଏହି ଅନୁଷ୍ଠାନର ଲକ୍ଷ୍ୟ ହେଉଛି ଯେ, ଯେଉଁମାନେ ସମାଜରେ ଆର୍ଥିକ ଅବହେଳିତ ତଥା ଦଳିତ ବର୍ଗର ଲୋକ ହୋଇଥିବେ ସେମାନଙ୍କୁ କିପରି ସାହାଯ୍ୟ ସହଯୋଗ ଦିଆଯାଇପାରିବ ସେନେଇ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ଦଳିତ ଅସହାୟ ଲୋକଙ୍କ ସ୍ୱର ହୋଇ ସାମାଜିକ ବିକାଶ ଦିଗରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏହି ଅନୁଷ୍ଠାନର କର୍ମକର୍ତ୍ତା ।

କିଛି ଦିନ ହେବ ଏହି ଅନୁଷ୍ଠାନ ପକ୍ଷରୁ କେବଳ ଦଳିତ ପରିବାର ଲୋକଙ୍କ ଘରକୁ ଘର ବୁଲି ହାଉସ ହୋଲ୍ଡ ସର୍ଭେ କରାଯାଉଛି । ମଙ୍ଗଳବାର ଦିନ ଟିଟିଲାଗଡ ବ୍ଲକ କୁରସୁଡ ଗ୍ରାମର ବବଲୁ ବିଭାର ଓ ବସୁମତୀ ବିଭାରଙ୍କ ବିକଳାଙ୍ଗ ଝିଅ ଡ଼ଲି ବିଭାରଙ୍କୁ ଡିଡିଏମ୍‌ ଟିଟିଲାଗଡ ଶାଖା ତରଫରୁ ଏକ ହ୍ୱିଲ ଚେୟାର ପ୍ରଦାନ କରଯାଇଛି । ଜନ ପ୍ରତିନିଧିଙ୍କୁ ବାରମ୍ବାର ପାଖରେ ଗୁହାରି କରି ମଧ୍ୟ କିଛି ସୁଫଳ ମିଳିପାରି ନଥିଲା । ତେବେ ଏହି ହାଉସ୍ ହୋଲ୍ଡ଼ ସର୍ଭେ ଦ୍ବାରା ଜାଣିବା ପରେ ଏହି ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଡିଡିଏମ୍‌ର ସଦସ୍ୟମାନେ । ଏହି ସେବା ସହଯୋଗ ପ୍ରଦାନ ସମୟରେ ଅନୁଷ୍ଠାନର ସଭାପତି ବି ବି ଟାକ୍ରି, ସମ୍ପାଦକ ପରମାନନ୍ଦ ତାଣ୍ଡି, କୋଷାଧ୍ୟକ୍ଷ କମ୍ଭୁ ବାଗ, ସଦସ୍ୟ ଭୀଷ୍ମ ଭରା ସାଗର, ଉପେନ୍ଦ୍ର ତାଣ୍ଡି, ଶଙ୍କର ମହାନନ୍ଦ, ଗୁଡୁ ମହାନନ୍ଦ, ହୃଷିକେଶ ଛୁରା, ଗୁଣନିଧି ଛୁରା, ଆନନ୍ଦ ଛତ୍ରିଆ ନୀଳାମ୍ବର ହରପାଲ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.