jayashree

ସହକାରୀ ପ୍ରଧ୍ୟାପକଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଲାଇବ୍ରେରୀ କକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ନୂତନ ଭାବରେ ନିଯୁକ୍ତି ପାଇଥିବା ସହକାରୀ ପ୍ରଧ୍ୟାପକ ସାର୍ଥକ କୁମାର ରଥଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ସାର୍ଥକ କୁମାର ରଥ ଆଇନ୍‌ ମହାବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି ନିମନ୍ତେ ତାଙ୍କ ଦ୍ୱାରା ଯଥା ସମ୍ବବ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଲେ । ସଭାରେ ଉପସ୍ଥିତ ଥିବା ସହକାରୀ ପ୍ରଧ୍ୟାପକ ଚଣ୍ଡୀ ପ୍ରସାଦ ଖମାରୀ ଓ ମନିନ୍ଦର ହସଂପାଲ ନିଜେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କିରାଣୀ କୃଷ୍ଣଚନ୍ଦ୍ର ପଟେଲ, ଜ୍ୟୋତିଃ ପାଣିଗ୍ରାହୀ, କଲ୍ୟାଣୀ ବାଗ, ରାମା ନନ୍ଦ, ଉମାଦାଶ, ସୁବ୍ରତ ପଟ୍ଟନାୟକ ବାସୁମତି କୁଅଁର, କୁମୁଦିନୀ ସୁନା ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.