om academy

“ଭବିଷ୍ୟତରେ କୋଭିଡ଼ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପୃଥକବାସ” ଶୀର୍ଷକ ୱେବିନାର

jsm

ଭୁବନେଶ୍ୱର, (ପିଆଇବି) : ଭବିଷ୍ୟତରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବାକୁ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରତ୍ୟକ ବ୍ୟକ୍ତି ସଠିକ ଭାବେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଭାରତ ସରକାରଙ୍କ, ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଥିବା “ଭବିଷ୍ୟତରେ କୋଭିଡ଼ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପୃଥକ ବାସର ଗୁରୁତ୍ୱ” ସମ୍ପର୍କିତ ୱେବିନାରରେ ଅଂଶଗ୍ରହଣ କରି ଏଭଳି ମତବ୍ୟକ୍ତ କରିଛନ୍ତି ବିଭନ୍ନ ବର୍ଗର ବିଶେଷଜ୍ଞ । କଟକ ସ୍ଥିତ ଶିଶୁଭବନର ସହକାରୀ ପ୍ରାଧ୍ୟାପକ ଡା. ଦିଲୀପ ଦାସ କହିଛନ୍ତି ସାମାନ୍ୟ କରୋନା ଲକ୍ଷଣ ଦେଖାଦେଲେ ଘରେ ପୃଥକ ବାସରେ ରହି ଚିକିତ୍ସା ହେବା ଉଚିତ ଏବଂ ସଠିକ ଭାବେ ମାସ୍କ ବ୍ୟବହାର କଲେ ଅନେକାଂଶରେ କରୋନାକୁ ପ୍ରତିହତ କରିପାରିବା। ସ୍ୱାସ୍ଥ୍ୟ ଲେଖକ ଶ୍ରୀ ଶଶୀଭୂଷଣ ମହାପାତ୍ର ପୃଷ୍ଟିକର ଆହାର, ଯୋଗ, ଶାରୀରିକ ପରିଶ୍ରମଏବଂ ସ୍ୱଛତା ଦ୍ୱାରା ଆମେ କରୋନା ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରିପାରିବା ବୋଲି ଆଶା ବ୍ୟକ୍ତ କରିଛନ୍ତି । କାର୍ୟ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅଂଶ ଗ୍ରହଣ କରି ଆରକ୍ଷୀ ବିଭାଗ(ସଶସ୍ତ୍ର)ର ଉପ ଆୟୁକ୍ତ ଶ୍ରୀ ବିଜୟ କୁମାର ସାହୁ ଜନତାକୁ କରୋନା ଦାଉରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ବିଭାଗ ସର୍ବଦା ତପ୍ତର ଏବଂ ନିଜ ଦାୟିତ୍ୱ ନିର୍ବାହ କରିବା ସମୟରେ ବହୁ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହେବା ସତ୍ୱେ ସେମାନଙ୍କ ମନୋବଳ ଦୃଢ ଅଛି ବୋଲି ମତ ବ୍ୟକ୍ତ କରିଛନ୍ତି ।

କୀଟ୍ସ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡା. ବିନିତା ବେହେରା କହିଛନ୍ତି ଏହି ଘଡି ସନ୍ଧି ମୁହୂର୍ତ୍ତରେ ବର୍ତ୍ତମାନ ପରସ୍ପର ମଧ୍ୟରେ ଥିବା ମାନବୀୟ ଆଚରଣ ସଙ୍କଟଗ୍ରସ୍ତ ହୋଇଯାଇଥିବାରୁ ଆମ ସମସ୍ତଙ୍କୁ ମଣିଷ ପଣିଆର ପରିଚୟ ଦେଇ ପରସ୍ପରର ସାହାଯ୍ୟ କରିବା ଉଚିତ । ସ୍ତ୍ରୀ ଏବଂ ପୁରୁଷ ଉଭୟ ଦାୟିତ୍ୱବାନ ହୋଇ ପରସ୍ପର ପ୍ରତି ସାହାଯ୍ୟର ହାତ ବଢେଇବା ଉଚିତ ବୋଲି ସେ କହିଥିବା ବେଳେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜନ ସ୍ୱାସ୍ଥ୍ୟ ଶିକ୍ଷା କେନ୍ଦ୍ରର ଅତିରିକ୍ତ ପ୍ରାଧ୍ୟାପକ ଡା.ସରିତ କୁମାର ରାଉତ କହିଛନ୍ତି ଏହି ମହାମାରୀ ସମୟରେ ସବୁଠାରୁ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକ ତେଣୁ ଦେଶର ବିଭିନ୍ନ କମ୍ପାନୀ ଗୁଡିକ ସେମାନଙ୍କ ଆର୍ଥିକ ଦୁରବସ୍ଥା ପାଇଁ ଆଘକୁ ଆସିବା ଉଚିତ । ଆଞ୍ଚଳିକ ଆଉଟରିଚ ବ୍ୟୁରୋ ତଥା ପତ୍ରସୂଚନା କାର୍ୟ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ସକାରାତ୍ମକ ଚିନ୍ତା ଧାରା, କରୋନା ଆକ୍ରାନ୍ତକୁ ସୁସ୍ଥ ହେବା ପାଇଁ ଅନୁପ୍ରାଣିତ କରିବା ନିତାନ୍ତ ଆବଶ୍ୟକ ଏବଂ ଭରସା ଯୋଗ୍ୟ ସୂତ୍ରରୁ କରୋନା ସମ୍ପର୍କିତ ସୂଚନା କୁ ଗ୍ରହଣ କରିବା ପାଇଁ ମତ ବ୍ୟକ୍ତ କରିଛନ୍ତି । ଆଞ୍ଚଳିକ ଆଉଟରିଚ ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଲୋଚନା ଅ।ରମ୍ଭରୁ ବିଷୟ ଉପରେ ସୂଚନା ଦେଇ କରୋନା ସମ୍ପର୍କୀତ ତଥ୍ୟଗୁଡିକ କେଉଁ ଉତ୍ସରୁ ଆସୁଛି ତାହା ତଦାରଖ କରିବା ଉଚିତ ବୋଲି କହିଥିଲେ । ଆକାଶବାଣୀ, କଟକର ସମ୍ପାଦିକା ଇତିଶ୍ରୀ ସିଂ ରାଠୋଉରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗୃହିଣୀ, ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ ।

Leave A Reply

Your email address will not be published.