jayashree

ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଜଳ ଜୀବନ ମିଶନ ମାରିଲା ଫେଲ୍

  • ଜିଲ୍ଲାପାଳ ଅଭିଯୋଗ ଶୁଣାଣୀରେ ଅଭିଯୋଗ କଲେ ଜର୍ଜଗଡ଼ର ଗ୍ରାମବାସୀ ତଥାବି ହୋଇନାହିିଁ ପାଣି ସପ୍ଲାଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମରେ ଫେଲ ମାରିଛି ଜଳ ଜୀବନ ମିଶନ । ନୃସିଂହନାଥ ରାସ୍ତାରେ ଥିବା ଜର୍ଜଗଡ଼ ଗ୍ରାମର ଗ୍ରାମବାସୀ ଏବଂ ମହିଳାମାନେ ପାଣି ପାଇଁ ବିଗତ ଦିନରେ ରାସ୍ତାରୋକ ତଥା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ କରିଥିଲେ ଅଭିଯୋଗ । ବିଡ଼ିଓଙ୍କ ଜରିଆରେ ଉଚ୍ଚ କର୍ତୃପକ୍ଷଙ୍କୁ ଦରଖାସ୍ତ ଦେଇଥିଲେ ଏବଂ ସ୍ଥାନୀୟ ପ୍ରଶାସନଙ୍କ ପାଖକୁ ଅନେକ ଥର ମହିଳାମାନେ ଏନେଇ ଯାଇଥିଲେ ମଧ୍ୟ୍ୟ କିଛି ଫଳ ମିଳିନାହିଁ । ବର୍ଷାଧିକ କାଳ ହେବ ଜର୍ଜଗଡ଼ ଗ୍ରାମରେ ବସୁଧା ଯୋଜନା ନାମରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ୍‌ ବିଛାଯାଇଛି । ପ୍ରତି ଘରକୁ ଘର ପାଣି ଷ୍ଟାଣ୍ଡ ପୋଷ୍ଟ ତିଆରି କରି ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅଣଦେଖା ଯୋଗୁଁ ହୋଇପାରୁନାହିଁ ଜଳ ଯୋଗାଣ । ଅର୍ଦ୍ଧ ନିର୍ମିତ ଭାବେ ଘର ସମ୍ମୁଖରେ ପଡି ରହିଛି ଷ୍ଟାଣ୍ଡ ପୋଷ୍ଟ ପାଇପ୍‌ । ଅବ୍ୟବସ୍ଥା ମଧ୍ୟରେ ରହିଛି ନିର୍ମାଣ କାର୍ଯ୍ୟ ବ୍ୟବସ୍ଥା । ଯାଦ୍ଵାରା ଗରା, ମାଠିଆ, ବାଲଟି ଧରି ମହିଳାମାନେ ଖରା ମାସରେ ଝରଣାକୁ ପାଣି ଆଣିବା ପାଇଁ ଯାଇଥାନ୍ତି । ଗ୍ରାମରେ ଥିବ ନଳ କୂପରୁ ବାହାରୁ ଥିବା ପାଣି ପିଇବା ପାଇଁ ଅନୁପଯୁକ୍ତ ହୋଇଥିବାରୁ ଲୋକେ ଡହକ ବିକଳ ହେଉଛନ୍ତି । ଏହାକୁ ନେଇ ଗ୍ରାମକୁ ଅନ୍ୟ ଗ୍ରାମର ପୁଷ୍ପା ପ୍ରଧାନ, ଅହଲ୍ୟା ସା, କସ୍ତୁରୀ ମଟାରି, ସୁଶୀଳା ବାଗ, କଳାବତୀ ହରପାଳ, ପ୍ରମୋଦିନୀ ହରପାଳ, ପ୍ରମୁଖ ମହିଳାମାନେ ସାମ୍ବାଦିକମାନଙ୍କୁ ଡକାଇ ତାଙ୍କର ଅଭିଯୋଗ ଜଣାଇଛନ୍ତି ।

Leave A Reply

Your email address will not be published.