ଜାଲ ଭୋଟର ଧରାପଡ଼ିଲେ ଜେଲ୍‌ : ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ ପୂର୍ବରୁ ଜାଲ ଭୋଟର ମାନଙ୍କୁ ରାଜ୍ୟ ନିର୍ବାଚନ କମିଶନର ସତର୍କ କରାଇ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ ଭୋଟ ଦେଇ ଧରାପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ । ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାମ ଭୋଟର ତାଲିକାରେ ଥିବା ଦରକାର ଏବଂ ତାଙ୍କ ପାଖରେ ବୈଧ ପରିଚୟ ପତ୍ର ଥିବା ଦରକାର । ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ ତେବେ ସେ ପ୍ରିଜାଇଡ଼ିଂ ଚ୍ୟାଲେଞ୍ଜ କରିପାରିବେ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡ଼ିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରି ୨ ଟଙ୍କା ଦାଖଲ କରିବାକୁ ପଡ଼ିବ । ପରେ ପ୍ରିଜାଇଡ଼ିଂ ଅଫିସର ଅଭିଯୋଗ ଯାଞ୍ଚ କରିବେ ଅଭିଯୋଗ ସତ ପ୍ରମାଣିତ ହେଲେ ଜାଲ୍‌ ମତଦାତାଙ୍କୁ ପୋଲିସ ଜିମାରେ ଦିଆଯିବ । ପୋଲିଂ ଏଜେଣ୍ଟ ଦେଇଥିବା ୨ ଟଙ୍କା ତାଙ୍କୁ ଫେରାଇ ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ । ସେହପରି ଯଦି କୌଣସି ବ୍ୟକ୍ତିଙ୍କ ନାଁରେ ଅନ୍ୟ କେହି ଭୋଟ ଦେଇ ପଳାଇଥିବେ ତେବେ ସେ କ୍ଷେତ୍ରରେ ଉକ୍ତ ଭୋଟରଙ୍କୁ ଟେଣ୍ଡର ଭୋଟ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲ୍‌ଟ ପେପର୍‌କୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ କାଉଣ୍ଟ କରାଯିବ ନାହିଁ । ପରେ କୋର୍ଟ ନିର୍ଦ୍ଦେଶ ଆସିଲେ ଭୋଟର କାଉଣ୍ଟିଂ ହେବ । ଅପରପକ୍ଷେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଫିସରମାନ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା କମିଶନରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!