ଭୋଟରଙ୍କୁ ଦେବା ପାଇଁ ମୋ ପାଖରେ ଟଙ୍କାଟିଏ ନାହିଁ, ତେଣିକି ଭୋଟରଙ୍କ ଇଚ୍ଛା : ରଞ୍ଜନ କୁମାର ସେଠି

ଢେଙ୍କାନାଳ, (ତାପସ ଦାସ) : ନିର୍ବାଚନ ପାଖେଇ ଆସିଲାଣି ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରାର୍ଥୀମାନେ ବହୁତ ଟଙ୍କା ଖର୍ଚ୍ଚକରି ଭୋଟରଙ୍କୁ ନିଜପଟକୁ ଟାଣୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଢେଙ୍କାନାଳ ଜିଲ୍ଲାରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ଗଂଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ରଞ୍ଜନ କୁମାର ସେଠି କହିଛନ୍ତି ଯେ, ଭୋଟରଙ୍କୁ ଦେବା ପାଇଁ ମୋ ପାଖରେ ଟଙ୍କାଟିଏ ନାହିଁ, ତେଣିକି ଭୋଟରଙ୍କ ଇଚ୍ଛା । ସେ ଗାଁ ଲୋକଙ୍କ ଘରେ ଘରେ ଭିକ୍ଷା ମାଗି ପଇସା ଯୋଗାଡ କରି ସେହି ଟଙ୍କାରେ ବାନର ତିଆରି କରିବେ ବୋଲି କହିଛନ୍ତି । ତେବେ ଏହି ବିଷୟଟି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.