ଆସିକା ସାଂସଦଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂଗଠିତ ଭୋଟଗ୍ରହଣ କେନ୍ଦ୍ରରେ ଆସିକା ସାଂସଦ ପ୍ରମିଳା ବିଶୋଇଙ୍କ ଭୋଟ ବାକ୍ସକୁ ମୁଣ୍ଡିଆ ମାରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଉଠିଛି । ଅତୀତରେ ପ୍ରଧାନମନ୍ତ୍ରୀ ମୋଦିଜୀ ସଂସଦରେ ପ୍ରବେଶ କରିବା ସମୟରେ ପ୍ରଥମେ ସଂସଦ କୋଠାକୁ ମୁଣ୍ଡିଆ ମାରିଥିଲେ । ଅନେକ ଲୋକ ତାଙ୍କୁ ଭୂରି ଭୂରି ପ୍ରଶଂସା କରିବାକୁ ପଛେଇ ନଥିଲେ । ଯାହା ହେଲେ ବି ଦୋକାନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଧୂପ ଦୀପ ଦେଇ ଦୋକାନ କେସ କାଉଣ୍ଟର ନିକଟରେ ଧନବୃଦ୍ଧି ପାଇଁ ମାଲିକ ମୁଣ୍ଡିଆ ମଧ୍ୟ ମାରିଥାନ୍ତି । ଏଇ ତ ପେଟପାଟଣାର କଥା । ସେମିତି ବିଧାୟକ ଓ ସାଂସଦ ଟିଏ ଭୋଟବାକ୍ସର ଦୟାରୁ ମାସକୁ ମାସ ଦରମା, ଭତ୍ତା ଓ ମଲାଯାଏଁ ପେନସେନର ବ୍ୟବସ୍ଥା । ପେଟ ପାଇଁ କିଏ ହଳ ଲଙ୍ଗଳକୁ ମୁଣ୍ଡିଆ ମାରୁଛି ତ, କିଏ ନିକିତି-ବଟକରାକୁ ମୁଣ୍ଡିଆ ମାରୁଛି । ଅତଏବ ପେଟପାଟଣାର ଉତ୍ସ ଭାବି ସାଂସଦ ମହାଶୟା ଏଠି ଭୋଟ ବାକ୍ସକୁ ମୁଣ୍ଡିଆ ମାରିବାରେ ଅସୁବିଧା କେଉଁଠି ? ବୋଲି ଲୋକମାନେ କୁହାକୁହି ହେଉଛନ୍ତି । ଭୋଟବକ୍ସ ତାଙ୍କ ରକ୍ଷାକବଚ ହୋଇଛି, ସାଂସଦ ମହାଶୟା ଭୋଟ ବାକ୍ସଟିଏ ଠାକୁର ଘରେ ରଖି ନାହାଁନ୍ତି । ତେଣୁ ଭୋଟବାକ୍ସକୁ ଦେଖିଲା ମାତ୍ରେ ସେ ମୁଣ୍ଡିଆ ମାରିଥିଲେ ବୋଲି କୁହାଯାଏ ।

Leave A Reply

Your email address will not be published.