ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ କୁହିମୁଣ୍ଡା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁହିମୁଣ୍ଡା ଗ୍ରାମରେ ଦୁର୍ଗମ ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଭାରତ ସ୍ଵାଧୀନ ହେବାର ୭୦ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଗ୍ରାମକୁ ରାସ୍ତା ଖଣ୍ଡେ ହୋଇପାରିନି । ଯେତେବେଳେ ନେତା ମାନେ ଭୋଟ ମାଗିବାକୁ ଗ୍ରାମକୁ ଆସିଥାନ୍ତି ସେମାନେ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ଫଳ ଯେମିତିକି ସେମିତି । ପ୍ରଶାସନର ଏଯାଏଁ ଆଖି ଖୋଲିନି । ମାଳ ମାଳ ପ୍ରତିଶ୍ରୁତି ସତ୍ୱେ ରାସ୍ତା ହେବାର ନାଁ ମଧ୍ୟ ଉଠୁନି । କୃଷିଜାତ ଦ୍ରବ୍ୟ କିଣା ବିକା ପାଇଁ ଯେତେବେଳେ ସଦରମହକୁମା ବଲାଙ୍ଗିର ସହରକୁ ଆସନ୍ତି, ସେତେବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କୁହିମୁଣ୍ଡା ଗ୍ରାମବାସୀ । ଏପରିକି ଅତି ଜରୁରୀ ସେବା ଆମ୍ବୁଲାନ୍ସର ସୁବିଧା ମଧ୍ୟ ପାଇ ପାରୁ ନାହାଁନ୍ତି କୁହିମୁଣ୍ଡା ଗ୍ରାମବାସୀ । ତେଣୁ କୁହିମଣ୍ଡା ଗ୍ରାମବାସୀ ଏଥର ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.