oum

ଗ୍ରାମବାସୀ କହିଲେ, ସ୍କୁଲ ନାହିଁ ତ’ ଭୋଟ ନାହିଁ….

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଡୁମେରପାଲି ଗାଁରେ ନିର୍ବାଚନ ସମୟରେ ଗ୍ରାମବାସୀଙ୍କ ଦାବୀ ସାମ୍ନାକୁ ଆସିଛି । ଗ୍ରାମବାସୀ କହିଛନ୍ତି, ସ୍କୁଲ ନାହିଁ ତ’ ଭୋଟ ନାହିଁ । ସୂଚନା ଅନୁସାରେ ଗାଁରେ ଆଜି ଭୋଟ ହେବାକୁ ଥିବା ବେଳେ ଗତକାଲି ଡୁମେରପାଲି ଗାଁକୁ ପୁଲିଂ କର୍ମଚାରୀମାନେ ଆସି ପହଞ୍ଚି ଥିଲେ । ଏତିକି ବେଳେ ଗ୍ରାମବାସୀଙ୍କ ଦ୍ୱାରା ପୁଲିଂ କର୍ମଚାରୀମାନଙ୍କୁ ପ୍ରବଳ ବିରୋଧ କରାଯାଇ ଭୋଟ ବର୍ଜନ ଧମକ ଦେଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ଗାଁରେ ଥିବା ସ୍କୁଲକୁ ବର୍ଷେ ତଳେ ବନ୍ଦ କରି ଅନ୍ୟ ଏକ ସ୍କୁଲରେ ମିଶାଇ ଦିଆଯାଇଥିଲା । ତେଣୁ ଗାଁର କୁନି କୁନି ପିଲାଙ୍କ ପାଠ ପଢ଼ିବାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏସଂପର୍କରେ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ କରାଯାଇ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.