ଓଡ଼ିଶାରେ ଆଜି ଶେଷ ପର୍ଯ୍ୟାୟ ଭୋଟ୍‌ : ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର୍‌ଙ୍କ ହାତରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ୍‌ । ଭୋଟର୍‌ଙ୍କ ହାତରେ ରହିଛି ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୯୯ ଲକ୍ଷ ୬୧ ହଜାର ଭୋଟର୍‌ ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୦ ହଜାର ୫୮୭ଟି ଭୋଟ୍‌ଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି । ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଓଡ଼ିଶାର ୬ଟି ଲୋକସଭା ଆସନ ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆଜି ଚାଲିଛି ମତଦାନ । ଏହି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟରମାନେ ନିଜ ନିଜ ପ୍ରତିନିଧି ବାଛିବେ । ତେବେ ୬ଟି ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ରହିଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ୩୯୪ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.