
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ କରାଯାଉଛି । ତେବେ କଣ୍ଟାବାଞ୍ଜି ୱାର୍ଡ ନଂ ୧୪ ଓ ୧୫ର ଝାଙ୍କାରପଡା ବୁଥରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ ବେଳେ ୨ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇ ୨ ଜଣ ଆହତ ହୋଇଥିବା ଜଣାପଡିଛି ।