
ଭୁବନେଶ୍ୱର : ପ୍ରତି ରବିବାର ସନ୍ଧ୍ୟା ୬ଟାରେ ହେଉଥିବା “ପ୍ରତିଭାର ଖୋଜ୍” କାର୍ଯ୍ୟକ୍ରମର ପଞ୍ଚମ ଅଧ୍ୟାୟରେ ଯୋଗ ଦେଇଛନ୍ତି ବିଦେଶୀ କଳାକାର ମନୋଜ ପ୍ରସାଇ । ଶ୍ରୀ ପ୍ରସାଇ ହେଉଛନ୍ତି ସୁଦୂର କାଠମାଣ୍ଡୁ ନେପାଳ ବାସିନ୍ଦା । ପେଜ୍ର ସଭାପତି ତ୍ରିଲୋଚନ ସାହୁ ଅତି ସୁନ୍ଦର ଭାବରେ ତାଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଅନେକ ଦର୍ଶକ ମନୋଜ ପ୍ରସାଇଙ୍କ ଠୁଁ ହିନ୍ଦୀ ତଥା ନେପାଳୀ ଗୀତ ଶୁଣି ମନୋରଞ୍ଜନର ମଜା ଉଠାଇଥିଲେ । ଓଡ଼ିଶା ବାହାର ତଥା ଭାରତ ବାହାରୁ ଅତିଥି ମାନେ ଯୋଡ଼ି ହେଉଥିବାରୁ ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇପାରୁଛି । ଇତି ମଧ୍ୟରେ ଟପ୍ ୫ ପେଜ୍ ଫ୍ୟାନ୍ ଘୋଷଣା ହୋଇ ଯାଇଛି, ସେମାନେ ହେଲେ ହେମନ୍ତ ସେଠ୍, ନିଳୀମା ତ୍ରିପାଠୀ ଦାଶ, କାହ୍ନା ସା, ସମ୍ଭୁ ପ୍ରସାଦ ବିଶ୍ଵାଳ ଏବଂ କଙ୍ଗନମୟ ମିଶ୍ର । ପେଜ୍ ତରଫରୁ ସମ୍ପାଦକ ଆଲୋକ କୁମାର ପଣ୍ଡା, ସହ ସଂପାଦକ ଭାଗ୍ୟବନ୍ତ ମହାଲିଙ୍ଗ, କୋଷାଧ୍ୟକ୍ଷ ଚନ୍ଦନ ମିଶ୍ର ଏବଂ ମୋଡେରେଟର ଅର୍ପିତାରାଣୀ ମେହେର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।