lika

ଭି.କେ. ପାଣ୍ଡିଏନଙ୍କୁ ଅଭିନନ୍ଦନ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଏନଙ୍କୁ ଅନ୍ତର୍ଜାତିକ ସମ୍ମାନଜନକ ପ୍ରେସିଡେଣ୍ଟ ଏୱାର୍ଡ ଆନ୍ତର୍ଜାତିକ ହକି ଫେଡେରେସନ ତରଫରୁ ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ତଥା ବିଶ୍ୱ କପ ହକି ଆୟୋଜନ ପାଇଁ ଏହା ମିଳିଥିବାରୁ ବଲାଙ୍ଗିର ଜନସାଧାରଣଙ୍କ ତରଫରୁ ଜିଲ୍ଲା ରେଡକ୍ରସ ସୋସାଇଟିର ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ, ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ଜିଲ୍ଲା ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ, ସଂପାଦକ ବଳରାମ ଅଗ୍ରୱାଲ, ରୋଟାରି କ୍ଲବର ଅଧ୍ୟକ୍ଷ ରାଜେଶ କୁମାର ଜୈନ, ସଂପାଦକ କହ୍ନେଆଲାଲ ଅଗ୍ରୱାଲ, ମାରୱାଡି ସମ୍ମେଳନର ରାଜ୍ୟ ଉପାଧ୍ୟକ୍ଷ ଗୌରୀ ଶଙ୍କର ଅଗ୍ରୱାଲ, ଜୋନାଲ ଭାଇସ ପ୍ରେସିଡେଣ୍ଟ ଇଂ. ମନୋଜ କୁମାର ଜୈନ, ବଲାଙ୍ଗିର ସମ୍ମେଳନର ଅଧ୍ୟକ୍ଷ ଅଧିବକ୍ତା ମହେନ୍ଦ୍ର କୁମାର ଅଗ୍ରୱାଲ, ସଂପାଦକ ମୋହନ ଲାଲ ଅଗ୍ରୱାଲ, ମହିଳା ସମିତିର ଅଧ୍ୟକ୍ଷା ନିରୁଦେବୀ ଅଗ୍ରୱାଲ, ଯୁବା ମଂଚର ଅଧ୍ୟକ୍ଷ ଅମିତ ଚୌଧୁରୀ, ସଂପାଦକ ବିଲେସ ଜୈନ, ସମୃଦ୍ଧି ଶାଖାର ଅଧ୍ୟକ୍ଷା ସୁଜାତା ଅଗ୍ରୱାଲ ତଥା ରୋଟାରୀ କ୍ଲବର ନବ ନିର୍ବାଚିତ ଅଧ୍ୟକ୍ଷ ସଂଜୟ ଅଗ୍ରୱାଲ, ସଂପାଦକ ସୁଶିଲ ଅଗ୍ରୱାଲ ସହିତ ଶତାଧିକ ବ୍ୟକ୍ତି ଶ୍ରୀ ପାଣ୍ଡିଏନ ମହୋଦୟଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପଶ୍ଚିମ ଓଡିଶାର ଲୋକପ୍ରୀୟ ଖେଳ ହକିକୁ ଉନ୍ନତି କରିବାରେ ତାଙ୍କର ଅବଦାନକୁ ପ୍ରଶାଂସା କରାଯାଇଛି । ବଲାଙ୍ଗିର ମେଡିକାଲ କଲେଜ ନିର୍ମାଣ କରିବାରେ ତଥା ସନ୍ଥ ଭୀମଭୋଇଙ୍କ ନାମକରଣ କରିବାରେ ତାଙ୍କର ଅବଦାନ ଯୋଗୁଁ ବଲାଙ୍ଗିର ଜନସାଧାରଣଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

babaa
Leave A Reply

Your email address will not be published.