ବଲାଙ୍ଗିର ସାଂସଦଙ୍କ ଦ୍ୱାରା ଯାଦବ ଭବନଠାରେ ଭିତ୍ତିପ୍ରସ୍ଥର ସାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ମାନ୍ୟବର ଲୋକସଭା ସଦସ୍ୟା ସଂଗୀତା କୁମାରୀ ସିଂହଦେଓଙ୍କ କରକମଳରେ ବଲାଙ୍ଗିର ଯାଦବ ଭବନର ପ୍ରଥମ ମହଳା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଯାଦବ ଭବନ ଅନେକ ସାମାଜିକ ଓ ଜନ ହିତକାରୀ କାର୍ଯ୍ୟ ପାଇଁ ରିହାତି ମୁଲ୍ୟରେ ବ୍ୟବହାର ହୋଇ ଆସୁଅଛି । ଆଜି ମାନ୍ୟବର ଲୋକସଭା ସାଂସଦ ତାଙ୍କର ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଯାଦବ ଭବନକୁ ଅଧିକ ଉନ୍ନତି ପାଇଁ ପ୍ରଥମ ମହଳାର ଅନୁଦାନ ଯୋଗାଇ ଦେଇଛନ୍ତି । ଆଗକୁ ମଧ୍ୟ ଯାଦବ ସମାଜ ଏକ ସଂଖ୍ୟାବହୁଳ, ଜନସଂଖ୍ୟା ଅଧିକ ଥିବାରୁ ଆଗକୁ ମଧ୍ୟ ଯାଦବ ଭବନର ସଂପ୍ରାସାରଣ ନିମନ୍ତେ ତାଙ୍କର ସାଂସଦ ପାଣ୍ଠୀରୁ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ଯାଦବ ସମାଜ ପକ୍ଷରୁ ସାଂସଦଙ୍କ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳ ଯାଦବ ସମାଜର ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ସଭାକୁ ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତୀ ସଭା ପରିଚାଲନା କରିଥିବା ବେଳେ ବିରେନ୍ଦ୍ର ବନ୍‌ଛୋର ବିବରଣୀ ପାଠ କରିଥିଲେ । ପୌରାଞ୍ଚଳ ସମ୍ପାଦକ ଅରକ୍ôଷତ ଜୁଏଡ, ବସୁଦେବ ନାଗ, କୃଷ୍ଣଚନ୍ଦ୍ର ବଗର୍ତ୍ତୀ, ବିନୋଦ କାଲସାଏ, ଅଷ୍ଟମୀ ବଗର୍ତ୍ତୀ, ଦୁତି ବାହାନ ଚନ୍ଦନ, ହୃଷିକେଶ ବନ୍‌ଛୋର, ସତ୍ୟ ନାରାୟଣ ବାଗ, ଖରଦ ମଳ ରାଉତ, ସନ୍ତୋଷ ବଗର୍ତ୍ତୀ, ଜୟଦେବ ଜାଲ, ସଂଜିବ ବାଗ, ପ୍ରଦୀପ ସେଲମା, ଦୟାସାଗର ବଗର୍ତ୍ତୀ, ଖାସି ଦିପ, ଆକୁଲ ବର୍ଗତ୍ତୀ ଓ ଜିତୁ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରସାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.