oom

୨ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଲେ ବ୍ଲକ ଅଧ୍ୟକ୍ଷ : ବିରୋଧୀଙ୍କ ଭୂଆଁବୁଲାରେ ନପଡିବାକୁ ଅନୁରୋଧ କଲେ ଅଧ୍ୟକ୍ଷ ଗୋଲାପ ବାଗ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ସମସ୍ତ ସୁବିଧା ଅସୁବିଧା ଉପରେ ରାଜ୍ୟ ସରକାର ତିକ୍ଷ୍ଣ ନଜର ରଖିଛନ୍ତି । ଲୋକଙ୍କ ସମସ୍ୟା ଦୂରିକରଣ ପାଇଁ ବିଭିନ୍ନ ସରକାରୀ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । କିନ୍ତୁ କିଛି ବିରୋଧି ଓ ସ୍ଥାନୀୟ ନେତା ବିଭିନ୍ନ ସରକାରୀ ଯୋଜନାର ଶ୍ରେୟ ନିଜେ ନେବାକୁ ଯାଇ ବିଭିନ୍ନ ଯୋଜନା ତାଙ୍କର ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଲୋକଙ୍କୁ ଅଯଥା ଭୂଆଁ ବୁଲାଇବାରେ ବ୍ୟସ୍ତ ରହୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ଜନସାଧାରଣ ସେମାନଙ୍କ କଥାକୁ ନିଜସ୍ୱ ବିଚାର ସହ ଗ୍ରହଣ କରନ୍ତୁ ବୋଲି ଅଧ୍ୟକ୍ଷ ବାଗ ଡୁଡୁକାଶିରା ଓ ଜିରାଟମାଲ ଠାରେ ଜଳ ପ୍ରକଳ୍ପର ଭୀତ୍ତିପ୍ରସ୍ତର ଦେବା ସମୟରେ ଜନସାଧାରଣଙ୍କ ସାମନାରେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପିଇବା ପାଇପ ପାଣି ଯୋଗଇ ଦେବା ଯୋଜନା କରିଥିଲେ । ସେହି କ୍ରମରେ ଡୁଡୁକାଶୀରା ଓ ଜିରାଟମାଲ ପ୍ରକଳ୍ପର ପ୍ରସ୍ତୁତି ସରି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦିଆଯାଇଛି । ତେବେ ଏହି ପ୍ରକଳ୍ପ ଦ୍ୱାରା ଆଗକୁ ଯେପରି ଘରକୁ ଘର ପିଇବା ପାଣୀ ପହଞ୍ଚିପାରିବ, ସେ ଉପରେ ବିଶେଷ ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଗୋଲାପ ବାଗ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, କୁଲମଣୀ ମେହେର, ପ୍ରଦ୍ୟମ୍ନ ହୋତା, ନିହାର ସ୍ୱାଇଁ, ବିଭୂତି ଭୁଷଣ ମିଶ୍ର,ବ୍ଲକ ଯୂବ ସଭାପତି ଆଶିର୍ବାଦ ସାହୁ, ଶଙ୍କର ମେହେର, ଲଛମନ ମହାକୁର, ସୁମନ ନନ୍ଦ, ଦିପକ ପଣ୍ଡା, ବିରସେନ ସାହୁ, ରାଜକିଶୋର, ଡୋଲାମଣି, ସୁନୀଲ, ଅନ୍ତର୍ଯ୍ୟାମୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.