ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର : ଯୁଯୁମୁରା ଥାନା ଅଂଚଳରେ ଜଣେ ଯୁବତୀଙ୍କ ଫଟୋକୁ ଅନ୍ୟ ଜଣ ଯୁବକଙ୍କ ଫଟୋ ସହିତ ଯୋଡ଼ି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଯୁବକ ଜଣକ କୁଶାମରାର ସହଦେବ ଧରୁଆ(୨୫) ବୋଲି ଜଣାପଡ଼ିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ସହଦେବ କୌଣସି କାରଣରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୋଗ କରିଥିବା ଯୁବତୀଙ୍କ ଫଟୋ ଆଉ ଜଣେ ଯୁବକଙ୍କ ଫଟୋ ସହିତ ଯୋଡ଼ି ନିଜ ଫେସବୁକ୍‌ ଆଇଡ଼ିରେ ପୋଷ୍ଟ କରିଥିଲେ । ଏହା ଦେଖିବା ପରେ ଯବୁତୀ ଜଣକ ଯୁଯୁମରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା । ସବୁ ପ୍ରମାଣ ମିଳିବା ପରେ ପୋଲିସ ସହଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!