ls

ସିଏସ୍‌ଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

sb

ଖଲ୍ଲିକୋଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍‌ଓ ଅନାଦି ଚରଣ ସେଠୀ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି । ଏଥି ସହିତ ଏକା ସାଙ୍ଗେ ୫ଟି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ ବିଭାଗ ସିଏସଓ ଅନାଦି ଚରଣ ସେଠୀ ଘରେ ରେଡ୍‌ କରୁଛି ଭିଜିଲାନ୍ସ ।

ଏକାସାଙ୍ଗେ ଅନାଦିଙ୍କ ଅଫିସ ଓ ଘରେ ଭିଜିଲାନ୍ସର ପକ୍ଷରୁ ରେଡ୍‌ ଚାଲିଛି । ତେବେ ରେଡ୍‌ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଓ ଛତ୍ରପୁରର ଦୁଇଟି ସ୍ଥାନରେ ରହିଛି । ଏପିରିକି ଛତ୍ରପୁର ସ୍ଥିତ ରାମନଗର ପ୍ରଥମ ଲାଇନ ବାସଭବନ ଓ ଭଡା ଦେଇଥିବା ଦୋକାନ ଘରେ ମଧ୍ୟ ଚଢ଼ାଉ ଚାଲିଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

pc pk
Leave A Reply

Your email address will not be published.