oom

ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ଓ ବ୍ଲକର ୨୧ଟି ପଞ୍ଚାୟତର ମହିଳା ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ସୋମବାର ପାଳିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ କାର୍ଯ୍ୟାଳୟରେ ଆଜି ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଏସ୍‌ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅନିଲ କୁମାର ମହାନ୍ତି, ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ସହକାରୀ ଯନ୍ତ୍ରୀ ରାଜେଶ୍ଵର ମହାରଣା, ଜଳ ପରିମକ ସହକାରୀ ଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା, ମହାସଂଘର ସଭାପତି ବିଦ୍ୟୂଲତା ସ୍ୱାଇଁ, ସିଡିପିଓ କୁମାରୀ ଯାପାନୀ ମିତ୍ରଙ୍କ ସମେତ ମହିଳା ମହାସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟା ଯୋଗ ଦେଇ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ନିଜେ କିମ୍ବା ନିଜ କାର୍ଯ୍ୟାଳୟ ମଧରେ ଦୁର୍ନୀତି ବନ୍ଦ କରିବା ସହ ଅନ୍ୟମାନଙ୍କୁ ଦୁର୍ନୀତି ନ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ସମସ୍ତ କ୍ଷେତ୍ରରେ କାୟ ମନୋବାକ୍ୟରେ ସାଧୁତା ଅବଲମ୍ବନ କରି ସ୍ଵଛତା ରକ୍ଷା କରିବାକୁ ବଦ୍ଧ ପରିକର ରହିବି ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.