jayashree

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଘଟଗାଁ ବିଇଓ

ଘଟଗାଁ : ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଘଟଗାଁ ବିଇଓ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ବେହେରା । ବାଲେଶ୍ଵର ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଡିଏସ୍‌ପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ଵରେ ତିନିଜଣ ଇନିସ୍ପେକ୍ଟର ମିଳିତ ଚଢାଉ କରିଛନ୍ତି । ଅଭୟ କୁମାରଙ୍କ କାର୍ଯ୍ୟାଳୟ ସମେତ ବାସଭବନ ଯାଜପୁର୍ ଟାଉନ୍ ଏବଂ ପୈତୃକ ଗ୍ରାମ ବିଞ୍ଝାରପୁରରେ ଚଢାଉ ଜାରି ରହିଛି । ସୂଚନା ଅନୁଯାୟୀ, ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ୨୦୧୫ ବ୍ୟାଚ୍‌ର ୩୩ ଜଣ ଶିକ୍ଷକଙ୍କ ଏରିଅର୍ ପେ କ୍ଲିଅର ପାଇଁ ୯୦ ହଜାର୍ ଟଙ୍କା ଦାବୀ କରିଥିବା ବେଳେ ୬୦ ହଜାର ଟଙ୍କାକୁ ଡିଲ୍ ହୋଇଥିଲା । ଯାହାଫଳରେ ଆଜି କମଳାକାନ୍ତ ବେହେରାଙ୍କ ହାତରେ ଅଗ୍ରିମ ୧୫ ହଜାର୍ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Leave A Reply

Your email address will not be published.