oum

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ପ୍ରଧାନ ଶିକ୍ଷକ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ । ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ । ସୂଚନା ଅନୁସାରେ ଓରିଜିନାଲ ମାଟ୍ରିକ ବୋର୍ଡ ସାର୍ଟିଫିକେଟ ଦେବା ପାଇଁ ଅଭିଭାବଙ୍କଠାରୁ ନେଉଥିଲେ ୧୨ ହଜାର ଟଙ୍କା ଲାଞ୍ଚ । ଏହି ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷକ । ଅନ୍ୟପଟେ ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ କହିଛନ୍ତି ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର । ମୁଁ ଲାଞ୍ଚ ମାଗିନାହିଁ । ନବମ ଦଶମ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାର ହଷ୍ଟେଲରେ ରହିବା ଖର୍ଚ୍ଚ ଦେଉନାହାନ୍ତି । ସେମାନେ ବର୍ଷକୁ ୬ ହଜାର ଟଙ୍କା ଦୁଇ ବର୍ଷ ପାଇଁ ୧୨ ହଜାର ଟଙ୍କା ଦେଇ ରହୁଛନ୍ତି । ଏହି ଅଭିଭାବକ ଦୁଇ ବର୍ଷର ୧୨ ହଜାର ଟଙ୍କା ଦେଇ ନାହାନ୍ତି । ଦୁଇ ବର୍ଷର ହଷ୍ଟେଲ ବାବଦକୁ ୧୨ ହଜାର ଟଙ୍କା ପୈଠ କଲେ ସାର୍ଟିଫିକେଟ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.