oom

ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

jsmm

ନୟାଗଡ଼ : ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏକାସାଙ୍ଗେ ନୟାଗଡ଼, କଟକ, ଖୋର୍ଦ୍ଧାର ୬ଟି ସ୍ଥାନରେ ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ନୟାଗଡ ସ୍ଥିତ ଅଫିସ, ନୟାଗଡ ଟାଉନସ୍ଥିତ ଘର, ଭୁବନେଶ୍ଵର ପଟିଆ ସ୍ଥିତ ଫ୍ଲାଟ, କଟକ କିଶୋରନଗର ସ୍ଥିତ ପୈତୃକ ଘର, କଟକ ଆଲିସା ବଜାର ସ୍ଥିତ ବିଲ୍ଡିଂ, ଭୁବନେଶ୍ଵର ଖଣ୍ଡଗିରି ସ୍ଥିତ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ ରହିଛି । କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଓ୍ୱାରେଣ୍ଟ ବଳରେ ଚାଲିଛି ଚଢାଉ । ଏହି ଚଢାଉରେ ୫ଜଣ ଡିଏମ୍‌ସି, ୫ଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

jittmm
Leave A Reply

Your email address will not be published.