ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ କାର୍ଯ୍ୟରତ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । କଟକ, ଭୁବନେଶ୍ବର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଟକ ଗଣ୍ଡରପୁରସ୍ଥିତ ଅଫିସ, କଟକ ମହାନଦୀ ବିହାରସ୍ଥିତ ଦୁଇ ମହଲା ଘର, କଟକ ନେମାଳସ୍ଥିତ ପୈତୃକ ଘର, ପାହାଳରେ ମନୋଜଙ୍କ ସ୍ତ୍ରୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଘରେ ଚଢାଉ କରିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଚଢାଉରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ବେଳେ ଏଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.