ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ଧରାପଡ଼ିଲେ ଭିଜିଲାନ୍ସ ହାତରେ

ସୁନାବେଡ଼ା : ସୁନାବେଡ଼ା ମ୍ୟୁନସିପାଲିଟି ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁନାବେଡ଼ା ମ୍ୟୁନସିପାଲିଟିର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ବିରୋଧରେ ଅନେକ ଦିନରୁ ଆର୍ଥିକ ଅନିୟମିତତା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟର ଆଜି ସକାଳ ୫ଟା ସମୟରେ ଶ୍ରୀ ପାତ୍ରଙ୍କ ସୁନାବେଡ଼ା ମ୍ୟୁନସିପାଲିଟି ସ୍ଥିତ ସରକାରୀ ବାସଭବନ ସମେତ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବେନେଶ୍ୱର ଆଦି ଜାଗାରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ କରିଥିବା ଜଣାପଡ଼ିଛି । ଚଢ଼ଉ ସମୟରେ ଶ୍ରୀ ପାତ୍ରଙ୍କ ଭୁବନେଶ୍ୱର ଠାରେ ଏକ ପ୍ଲଟ୍ ଓ ଏକ ଫ୍ଲାଟ୍, ବ୍ରହ୍ମପୁର ଠାରେ ଦୁଇଟି ପ୍ଲଟ୍ ସମେତ ଗୋଟିଏ ଦୁଇ ମହଲା କୋଠା, କୋରାପୁଟ ସହରରେ ତିନୋଟି ପ୍ଲଟ୍, ଏକାଧିକ ଏଲ୍‌ଆଇସି ପଲିସି ଓ ବ୍ୟାଙ୍କ ଡିପୋଜିଟକୁ ମିଶାଇ ମୋଟ ୧ କୋଟି ୬୮ ଲକ୍ଷ ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.