jayashree

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ସୁକାନ୍ତ ଜେନା

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ପୁରୀ ଚାରି ଛକ ସ୍ଥିତ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ଏହା ପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ପଟିଆରେ ଥିବା ତାଙ୍କ ବାସଭବନରେ ଚଢାଉ କରିଛି । ସେଠାରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଜଣେ ରୋଗୀଙ୍କ ଅପରେସନ ପାଇଁ ୮ ହଜାର ଟଙ୍କା ସୁକାନ୍ତ ଲାଞ୍ଚ ମାଗିଥିଲେ । ଏହା ଜାଣିବା ପରେ ଭିଜିଲାନ୍ସ ଟିମ୍ ହସ୍ପିଟାଲ ପରିସରରେ ଲୁଚି ରହିଥିଲା । ହସ୍ପିଟାଲରେ ସୁକାନ୍ତ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ।

Leave A Reply

Your email address will not be published.