
ସମ୍ବଲପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍ ଇଞ୍ଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସମ୍ବଲପୁର ଜଗନ୍ନାଥ କଲୋନୀ ସ୍ଥିତ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ ପାର୍କ ରେସିଡେ଼ନ୍ସିର ଫ୍ଲାଟ୍ ନମ୍ବର ୨୦୧ ଓ ୨୦୩, ଭୁବନେଶ୍ୱର ଖଣ୍ଡଗିରିର କସ୍ମୋପଲିସ ଫ୍ଲାଟ୍ ନମ୍ବର ଏଚ୍୦୨୨ରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି । ଉକ୍ତ ଭିଜିଲାନ୍ସ ଟିମ୍ରେ ୨ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଥିବା ସୂଚନା ରହିଛି ।