ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଭିଜଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ବିଭିନ୍ନ ସ୍ଥାନମାନଙ୍କରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଚାଲୁଅଛି । ନୂଆପଡା, କଟକ ସମେତ ୬ ଗୋଟି ସ୍ଥାନରେ ପୃଥକ ପୃଥକ ଭାବରେ ଚଢ଼ାଉ କରାଯାଇଅଛି । ବାଲିସାହି ମଧୁ ପାଟଣା ସ୍ଥିତ ବାସଗୃହ, ଚଉଳିଆ ଗଞ୍ଜ ସ୍ଥିତ ତିନି ମହଲା କୋଠା, କଟକ ସ୍ଥିତ ନାଟରାଜ ପେଲେସ ଓ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଠାରେ ଥିବା ୩ ଏକର ଜମି ପାଚେରୀ, ନୂଆପଡା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଓ ନୂଆପଡା ଠାରେ ଥିବା ଭଡା ଘର ଉପରେ ଚଢାଉ କରାଯାଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ସେ ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା ଟଙ୍କା ପଇଠ କରୁଛନ୍ତି । ୪୯୮ ଗ୍ରାମର ସୁନା ଗହଣା, ୨.୫ କେଜିର ରୂପା ଅଳଙ୍କାର ଥିବା ଆଜି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କଟକ ଏବଂ ଜୟପୁର ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଅଛି ।

Leave A Reply

Your email address will not be published.