ଭିଜଲାନ୍ସ ଜାଲରେ ପଂଚାୟତ ଗ୍ରାମ ରୋଜଗାର ସେବକ

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) । ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜଲାନ୍ସ ଜାଲରେ ଫସିଗଲେ । ଏବେ ଜିଆରଏସ୍ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତର ଜଣେ ଚାଷୀ ମନରେଗା ଯୋଜନାରେ ଜମି ମରାମତି କାମ କରିଥିଲେ । ହେଲେ କାମର ପାରିଶ୍ରମିକ ମିଳିନଥିଲା । ମଧ୍ୟାହ୍ନରେ ପଞ୍ଚାୟତ ଜିଆରଏସ୍ ପ୍ରାଣବନ୍ଧୁ ଦଣ୍ଡସେନା ଓ ଅନ୍ୟ ଜଣେ ବେସରକାରୀ ବ୍ୟକ୍ତି କମଳାକାନ୍ତ ପ୍ରଧାନ ମାଷ୍ଟର ରୋଲ ଜେନେରେଟ ପାଇଁ ହିତାଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କୋରାପୁଟ ଭିଜିଲାନ୍ସ ଚଢ଼ାଉ କରି ୧୦ ହଜାର ଟଙ୍କା ଜବତ କରି ଜିଆରଏସ୍ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବିଭାଗ ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.