ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣୀ ମାନସ ଧଳ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ଧଳ । ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏକ ବର୍ଷରୁ ଅଧିକ ସମୟ ଧରି ତାଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ ଅଭିଯୋଗକାରୀ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିବେଦନ କରୁଥିଲେ । ହେଲେ ସେଠାରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ଧଳ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଲେ ବକେୟା ଦରମା ମିଳିବ ବୋଲି କହିଥିଲେ । ଏହାପରେ ଅଭିଯୋଗକାରୀ ଶିକ୍ଷକ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି କନିଷ୍ଠ କିରାଣୀ ମାନସ ଧଳ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା । ଘଟଣାସ୍ଥଳରୁ ଲାଞ୍ଚ ଅର୍ଥ ଜବତ ହୋଇଛି । ଏହି ମାମଲାରେ ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.