ଭଦ୍ରକ : ଜଣେ ଚାଷୀଙ୍କ ଧାନ କିଣିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ । ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ ନିଜର ୨୪୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ । ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ । ସମ୍ପାଦକ ୯ ହଜାର ୬ ଶହ ଟଙ୍କା ମାଗିଥିଲେ । କିନ୍ତୁ ଶ୍ରୀଧର ଭିଜିଲାନ୍ସ ବିଭାଗକୁ ଏ ନେଇ ଜଣାଇଥିଲେ । ସୋମବାର ସନ୍ଧ୍ୟା ବେଳେ ସମ୍ପାଦକଙ୍କୁ ତାଙ୍କ ଘର ସମ୍ମୁଖରେ ଶ୍ରୀଧର ଟଙ୍କା ଦେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତପନଙ୍କୁ କାବୁ କରି ନେଇଥିଲେ । ଟଙ୍କା ଜବତ ସହ ସମ୍ପାଦକଙ୍କୁ ଅଟକ ରଖି ଭିଜିଲାନ୍ସ ତଦନ୍ତ କରୁଥିବା ଜଣାପଡିଛି ।
Prev Post
Next Post