om academy

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପ୍ରାଣୀଧନ କିରାଣୀ

jsm

କେନ୍ଦୁଝର : ଯୋଡ଼ା ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣି ମହେନ୍ଦ୍ର କୁମାର ସେଠୀ ଶୁକ୍ରବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । ଛୁଟି ଦରମା ଟଙ୍କା ଅନୁମୋଦନ ପାଇଁ ଏହି ଟଙ୍କା ନେଉଥିବା ବେଳେ ଧରା ପଡ଼ିଥିବା ଜଣାପଡ଼ିଛି । ଭିଜିଲାନ୍ସ ବିଭାଗ ଏହି ଘଟଣା ପରେ ତାଙ୍କ ଘର ପାଟନଈ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ ସୂଚନା ଦେଇଛନ୍ତି । ଉକ୍ତ ଛୁଟି ଟଙ୍କା ଅନୁମୋଦନ ପାଇଁ ହଇରାଣ ହରକତ କରୁଥିଲେ । ଏଥିପାଇଁ ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଆଜି ଏହି ଟଙ୍କା ନେବା ସମୟରେ ଭିଜିଲାନ୍ସ ବିଭାଗ ଧରିଛି ।

Leave A Reply

Your email address will not be published.