om academy

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ନଗଦ ୪୫ ହଜାର ଟଙ୍କା ଜବତ କରାଯାଇଛି । ତାଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ବିହାର ସ୍ଥିତ ନିଜ ବାସଭବନ ଆଗରେ ବେଗୁନିଆ ତହସିଲଦାର ତଥା ସବ-ରେଜିଷ୍ଟ୍ରାର ଶ୍ରୀ ମଣ୍ଡଳ ୪୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । କେମିକାଲରେ ତାଙ୍କ ହାତ ଧୁଆ ଯାଇ ସେ ଲାଞ୍ଚ ଟଙ୍କା ଧରିଥିବାର ପ୍ରମାଣ ମିଳିଛି ।

Leave A Reply

Your email address will not be published.