ଭିଜିଲାନ୍ସ ଜାଲରେ ପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ଓ ମଠକରଗୋଳା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି । ତେବେ ଏକକାଳୀନ ଢେଙ୍କାନାଳ ଓ କାମାକ୍ଷାନଗରର ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଏହି ଚଢ଼ାଉରେ ଜଣେ ଡିଏସ୍‌ପିଙ୍କ ସମେତ ୭ ଜଣ ଇନସ୍ପେକ୍ଟର ସାମିଲ ରହିଛନ୍ତି । ଢେଙ୍କାନାଳ ଭିଜିଲାନ୍ସ ଡିଏସ୍‌ପି ଅନିରୁଧ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ତିନି ମହଲା କୋଠା ଓ ଗୋଟିଏ ଦୁଇ ମହଲା କୋଠା ଠାବ କରାଯାଇଛି ।

Leave A Reply

Your email address will not be published.